କର୍ମ ଫଳ ଓ ଯମ ଯନ୍ତ୍ରଣା ବିଷୟରେ ଭକ୍ତ ଗରୁଡ ଯେତେବେଳେ ନିଜ ଗୁରୁ(ଭଗବାନ ବିଷ୍ଣୁ)ପଚାରିଛନ୍ତି ଯେ ପ୍ରଭୁ ମୋତେ ଆପଣ ସଂଶୟ ଫିଟାଇ କୁହନ୍ତୁ କି ପାପୀ ଓ ଧର୍ମୀ ମାନନଙ୍କର ଯମଦଣ୍ଡ କିମ୍ବା ବୈକୁଣ୍ଠପୁର ଗମନ କିପରି ହୋଇଥାଏ କୁହନ୍ତୁ |ମୁଁ ଶୁଣିଛି ଯେ ଯମ ବଡ ଭୟଙ୍କର ଓ ନ୍ୟାୟବାନ |ଯମ ଯନ୍ତ୍ରଣା ଭୋଗ କରିବା ଓ ଯମପୁରକୁ ଜୀବ ଯିବା ବେଳେ ବହୁତ କଷ୍ଟ ରାସ୍ତା ଦେଇ ଯିବାକୁ ପଡ଼ିଥାଏ ବୋଲି ମୁଁ ଶୁଣିଛି | ପ୍ରଭୁ ମୋତେ ସବିଶେଷ ବିବାରଣୀ ଫିଟାଇ କୁହନ୍ତୁ | ପାପୀ ମାନେ ଲୋଭା ଗ୍ରସ୍ତ ହୋଇ ଆପଣଙ୍କୁ ଭୁଲି ଅନ୍ୟାୟ ପନ୍ଥା ଅବଲମ୍ବନ କରନ୍ତି ଓ ଯମ ଯନ୍ତ୍ରଣା ଭୋଗ କରନ୍ତି | ଧର୍ମୀମାନେକିପରି ଭଲ କର୍ମକରି ବୈକୁଣ୍ଠପୁରରେ ବସନ୍ତି ମୋତେ ଏହି ଦ୍ଵନ୍ଦ ରୁ ମୁକ୍ତ କରନ୍ତୁ ପ୍ରଭୁ |
ଭଗବାନ ବିଷ୍ଣୁ ଭକ୍ତ ଗରୁଡ ର କଥା ଶୁଣି ଶ୍ରଦ୍ଧାବାନ ଭକ୍ତ କୁ ଏ ବିଷୟରେ ବିସ୍ତାର ଭାବରେ କହିଛନ୍ତି | ଭଗବାନ ସଦାସର୍ବଦା ଭକ୍ତ ମନୋବାଞ୍ଛା ପୂରଣ କରନ୍ତି ତେଣୁ ଗରୁଡର ଅନୁନୟ ଓ ବିନୟ ଭାବକୁ ଗଭୀରତା ର ସହ ନେଇ ସବୁ କିଛି ଫିଟାଇ କହିଛନ୍ତି |ପାପିଗଣ ଯେଉଁ ରାସ୍ତା ଦେଇ ଯମ ପୁରକୁ ଯାନ୍ତି ସେ କଥା ଶୁଣିଲେ ଗରୁଡ କୁ ଭୟଭୀତ ନ ହେବା ପାଇଁ ଉପଦେଶ ଦେଇ ପ୍ରଭୁ ତାଙ୍କ କଥା ଆରମ୍ଭ କରିଛନ୍ତି |ତେଣୁ ପାପିଗଣ ଯେଉଁ ପଥ ଦେଇ ଯମ ପୁରକୁ ଯାନ୍ତି ସେ ରାସ୍ତାରେ ସୂର୍ଯ ଓ ଚନ୍ଦ୍ର ଙ୍କର ଆଲୋକ ପଡେ ନହିଁ |ଦିବା ଓ ରାତ୍ରି ର ଅନୁଭବ ମଧ୍ୟ ସେଠାରେ ଜଣାପଡେ ନହିଁ|ରାସ୍ତାର ପରିବେଶ ଅତୀବ ଭୟଙ୍କର ହୋଇଥାଏ |କିନ୍ତୁ ଯେଉଁ ମନୁଷ୍ୟ ମାନେ ଧର୍ମ ,ଦୟା, କ୍ଷମା ,ଦାନ ,ଧ୍ୟାନ ଓ ଧାରଣାରେ ପ୍ରଭୁଙ୍କ ନାମ ହିଁ ଏକ ମାତ୍ର ଭରସା ବୋଲି ସର୍ବଦା ସ୍ଥିର କରିନେଇଥାନ୍ତି ସେମାଙ୍କ ରାସ୍ତା ଅତୀବ ମୋନରମ ବୋଲି ଭଗବାନ ଗରୁଡ ପୂରଣ ରେ ସ୍ପଷ୍ଟ ଭାବରେ ଲେଖିଛନ୍ତି |
ଅନ୍ୟାୟ ଉପାଯରେ ଧନ ଉପାର୍ଜନ,ଯେଉଁ ମାନେ ସଦାସର୍ବଦା କୁସଙ୍ଗୀ ମାନଙ୍କ ସହ ସଦା ସର୍ବଦା ସମୟ କଟୁଥାନ୍ତି ,ଭଗବାନ ନାମ ସୁମରଣା କରନ୍ତି ନହିଁ ,ସାଧୁ ଲୋକଙ୍କୁ ଦେଖିଲେ ସେ ଚିଡି ଯାନ୍ତି ଓ ତାଙ୍କ ପାଖରୁ ଉଠି ପଳେଈ ଯାନ୍ତି,ଭାଗବଙ୍କ ନାମ ସନକୀର୍ତ୍ତନ ତାଙ୍କର ମନ ଲାଗେ ନାହି ,ଗର୍ବ ଦମ୍ଭ ବୋଲି ନିଜକୁ ବହୁତ ବଡ କହି ଅନ୍ୟକୁ ତୁଚ୍ଛ ଭାବନ୍ତି ,ମାନ୍ୟଗଣ୍ୟ ଲୋକଙ୍କୁ ଖାତିର କରନ୍ତି ନାହି,ଗରିବ କୁ ଉପହାସ କରନ୍ତି ,ଓ ସଦା ସର୍ବଦା କାମାସକ୍ତ ଭାବ ପ୍ରକାଶ କରନ୍ତି,କୂଳ ଆଚାର ଦେଶ ଧର୍ମ କୁ ସେମାଙ୍କର ଖାତିର ନଥାଏ ,ଗୁପ୍ତରେ ପର ନାରୀ ଓ ଧନ ଅପହରଣ କରିବାରେ ସେମାଙ୍କର ତିଳେ ମାତ୍ର ଦୁଖଃ ପ୍ରକାଶ କରନ୍ତି ନାହି , ସଦା ସର୍ବଦା ନିଜ ଲାଳସା କୁ ନିୟନ୍ତ୍ରଣ କରି ପାରନ୍ତି ନାହି ,ନିଜ ପିତା ମାତା ଓ ଗୁରୁଜନ ମାନଙ୍କୁ କଟୁ କଥା କୁହନ୍ତି ,ଓ ସଦା ସର୍ବଦା ତୀର୍ଥ ସ୍ଥାନ ରେ କୁ କର୍ମ କରନ୍ତି ସେମାନର ଯମ ଦଣ୍ଡରୁ କେବେ ମୁକ୍ତି ପାଇ ପାରନ୍ତି ନାହି |
ପାପୀ ର ଲକ୍ଷଣ ଓ ଯମ ଦୁତ ମାନଙ୍କ ତା ପ୍ରତି ବ୍ୟବହାର
ପାପିଲୋକମାନେ ଏହି ମର୍ତ୍ୟ ଲୋକଜରେ ତାର କଲା କର୍ମର ଫଳ ଭୋଗ କରି ସାରିଲା ପରେ ମୃତ୍ଯୁ ମୁଖରେ ପଡେ |ପ୍ରଥମେ ସେ ରୋଗ ବିଛଣା ପଡି ରହେ ଓ କର୍ମ ଅନୁସାରେ ଦେହ ଓ ମନ ରୋଗାକ୍ରାନ୍ତ ହୋଇଯାଏ |ସଦାସର୍ବଦା ନିଜେ ବଞ୍ଚିବ କି ନାହି ଭାବି ହେଉଥାଏ କିନ୍ତୁ ତାର ସେହି ଭୋଗ ଅର୍ଥାତ ପାପ କର୍ମରେ ମନ ଛାଡି ନ ଥାଏ | ରୋଗରେ ପଡି ଚଟପଟ ହେଉଥିଲେ ହେଁ ଯଥାଶୀଘ୍ର ଡାକ୍ତର ଙ୍କୁ ଆଣିବା ପାଇଁ କହୁଥାଏ |ମରିବା କୁ ସେ ମୋଟେ ଇଛା ହିଁ କାରେନି |ମୋତେ ଭଲ ଡାକ୍ତର ପାଖକୁ ନେଇଯାଅ ମୁଁ ଭଲ ହୋଇଯିବି ବୋଲି ଦୃଢ ଦାବି କରେ କିନ୍ତୁ ଏହି ଭଳି କହୁ କହୁ ତା ମୁହଁ ବନ୍ଦ ହୁଏ ତା ପରେ ସେ ଆଉ ସାଧାରଣ ଲୋକଙ୍କ କଥା କୁ ଶୁଣି ପରେ ନହିଁ | କେବଳ ଆଖି ମିତି ମିତି କରି ଚାହିଁ ରହି ଥାଏ |ସେହି ସମୟରେ ଯମ ଦୁତ ମାନେ ଆସି ଯମ ଯନ୍ତ୍ରଣା ଦେବା ଆରମ୍ଭ କରନ୍ତି | ଏହି ଯନ୍ତ୍ରଣା କେବଳ ସେ ହିଁ ଅନୁଭବ କରି ତାର ପ୍ରତରୀକ୍ରିୟା ପ୍ରକାଶ କରେ
ଯମ ଦୂତ ମାନେ କି କି ଦଣ୍ଡ ଦିଅନ୍ତି |
ସକଳେ ପରିବାର ବର୍ଗ ତା ପାଖରେ ଘେ ରହି ଥାନ୍ତି ଓ ନାନା ଯନ୍ତ୍ରଣା ର ପତିକ୍ରିୟା ଦେଖୁଥାନ୍ତି ଦେଇଥାନ୍ତି |ଗର୍ଜନ ତର୍ଜନ କରି ଯମ ଦୁତ ଘୋଷଡି ଘୋଷଡି ମହାପାପୀ ବୋଲି କହି ଓ ତ କଲ ସରିଲା ସମୟ ଏବେ ତୋର କର୍ମ ଫଳ ଭୋଗ କରିବାକୁ ପ୍ରସ୍ତୁତ ହୋଇଯାଆ ମୂଢ ମର୍ତ୍ୟ ପୁରରେ ଜନ୍ମ ହୋଇ ଧର୍ମ ଅର୍ଜନ ନ କରି ପାପ କର୍ମ ରେ ଲିପ୍ତ ରହଲୁ ରେ ମୂଢ ତୋ ପାଇଁ ନର୍କ ଅଗ୍ନି କୁଣ୍ଡ ପ୍ରସ୍ତୁତ ହୋଇକି ବୋଲି କହି ପିଣ୍ଡ କୁ ଝାଡା ପରିଶ୍ରା ରେ ପକାଇ ଦିଅନ୍ତି | ଏହି ଆର୍ଟିକଲ୍ ରେ ଆଜି ପାଇଁ ଏତିକି ପରବର୍ତୀ ଯାହା ରହିଲା ପରବର୍ତୀ ଅଧାୟ ରେ ଲେଖାଯିବ |