ନୂଆଦିଲ୍ଲୀରେ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନ ଶେଷ

ନୂଆଦିଲ୍ଲୀରେ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନ ଶେଷ

ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ୨୪ଟି ନୂଆ ସ୍ଥାନକୁ ମଞ୍ଜୁରୀ

ମୋଇଦାମକୁ ମିଶାଇ ଭାରତର ମୋଟ ବିଶ୍ୱ ଐତିହ୍ୟ ସ୍ଥଳୀ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି

ଦକ୍ଷତା ବୃଦ୍ଧି ଏବଂ ବିକାଶଶୀଳ ଦେଶମାନଙ୍କରେ ସଂରକ୍ଷଣ ପ୍ରକଳ୍ପକୁ ସମର୍ଥନ କରିବା ପାଇଁ ଭାରତ ୟୁନେସ୍କୋ ବିଶ୍ୱ ଐତିହ୍ୟ କେନ୍ଦ୍ରକୁ ୧ ନିୟୁତ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛି

ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନ ସଫଳତାର ସହ ଶେଷ ହୋଇ ବିଶ୍ୱ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନ ସଫଳତାର ସହ ଶେଷ ହୋଇ ବିଶ୍ୱ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭାରତ ମଣ୍ଡପମରେ ଆୟୋଜିତ ଏହି ଅଧିବେଶନ ଏକ ଐତିହାସିକ କାର୍ଯ୍ୟକ୍ରମ ଥିଲା, କାରଣ ଭାରତ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ସଭାଆୟୋଜନ କରିଛି । ଉଦ୍ ଯାପନୀ ଉତ୍ସବରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉପସ୍ଥିତ ଥିଲେ। ଡବ୍ଲୁଏଚସିର ଅଧ୍ୟକ୍ଷ ମହାମହିମ ବିଶାଲ ଭି ଶର୍ମା; ୟୁନେସ୍କୋର ଡବ୍ଲ୍ୟୁଏଚ୍ସିର ନିର୍ଦେଶକ ଲାଜରେ ଏଲାଉଣ୍ଡୁ ଆସୋମୋ ଏବଂ ଅନ୍ୟ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ୪୬ତମ ଅଧିବେଶନର ସମାପନୀ ସମାରୋହରେ ଉଦ୍ ବୋଧନ ଦେଇଥିଲେ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ୪୬ତମ ଅଧିବେଶନର ସମାପନୀ ସମାରୋହରେ ଉଦ୍ ବୋଧନ ଦେଇଥିଲେ। ସଂସ୍କୃତି ମନ୍ତ୍ରଣାଳୟ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହି କାର୍ଯ୍ୟକ୍ରମର ତ୍ୱରିତ ଆୟୋଜନ ପାଇଁ ସେ ପ୍ରଶଂସା କରିଥିଲେ। ଭାରତର ସମୃଦ୍ଧ ଐତିହ୍ୟରୁ ପ୍ରେରିତ ହୋଇ ଭାରତର ସାର୍ବଜନୀନ କଳାକୁ ପାଳନ କରୁଥିବା ପ୍ରୋଜେକ୍ଟ ପରୀ (ପବ୍ଲିକ୍ ଆର୍ଟ ଅଫ୍ ଇଣ୍ଡିଆ)ର ସଫଳ ରୂପାୟନ ପାଇଁ ମନ୍ତ୍ରୀ ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ପରୀର କ୍ୟାଟାଲଗ୍ ଉନ୍ମୋଚନ କରାଯାଇଥିଲା, ଯେଉଁଥିରେ ସାରା ଦେଶରୁ ଆସିଥିବା ବିଭିନ୍ନ କଳାକାରଙ୍କ ଦ୍ୱାରା ଜାତୀୟ ରାଜଧାନୀରେ ଲଗାଯାଇଥିବା ବିଭିନ୍ନ କଳାକୃତି ଏବଂ ପ୍ରତିଷ୍ଠାନକୁ ପ୍ରଦର୍ଶିତ କରାଯାଇଥିଲା ଅଧିକ ପଢନ୍ତୁ 

ନୂଆଦିଲ୍ଲୀରେ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନ ଶେଷ
0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x