ଅଗଷ୍ଟ ୨୩, ୨୦୨୪ରେ ୱାସିଂଟନ୍ ଡିସିରେ ଆମେରିକୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକର ବରିଷ୍ଠ ନେତୃତ୍ୱଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ଦ୍ୱାରା ଆୟୋଜିତ ଏକ ଶିଳ୍ପ ରାଉଣ୍ଡଟେବୁଲରେ ଆଲୋଚନା କରିଥିଲେ। ସେ ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ବିଭିନ୍ନ ଉଦୀୟମାନ ସହ-ବିକାଶ ଏବଂ ସହ-ଉତ୍ପାଦନ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରଗତିଶୀଳ ସଂସ୍କାର ଆମେରିକା ସମେତ ଅନେକ ବିଦେଶୀ ମୂଳ ଉପକରଣ ଉତ୍ପାଦନକାରୀଙ୍କୁ ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ, ଯୁଗ୍ମ ଉଦ୍ୟୋଗ ବିକାଶ ଏବଂ ଭାରତକୁ ସେମାନଙ୍କର ବିକଳ୍ପ ରପ୍ତାନି ଭିତ୍ତିଭୂମି ରେ ପରିଣତ କରିବାକୁ ଉତ୍ସାହିତ କରିଛି । ଭାରତରେ ଜିଇ ୪୧୪ ଏରୋ ଇଞ୍ଜିନର ସହ-ଉତ୍ପାଦନ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ।
ଶ୍ରୀ ରାଜନାଥ ସିଂହ ଆଲୋକପାତ କରିଥିଲେ ଯେ ‘ଭାଗିଦାରୀ’ ଏବଂ ‘ମିଳିତ ପ୍ରୟାସ’ ହେଉଛି ଦୁଇଟି କିୱାର୍ଡ ଯାହା ଅନ୍ୟ ରାଷ୍ଟ୍ର ସହିତ ଭାରତର ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ପାର୍ଥକ୍ୟ କରେ ।
ଏହି କାର୍ଯ୍ୟକ୍ରମରେ ବୋଇଂ, ଜିଇ ଭଳି ଆମେରିକାର ପ୍ରମୁଖ ପ୍ରତିରକ୍ଷା ଏବଂ ବୈଷୟିକ କମ୍ପାନୀର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ଅଧିକ ପଢନ୍ତୁ