ଆମର ଉଦ୍ଦେଶ୍ୟ ହେଉଛି ଆମପ୍ରୟାସର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା, ଯାହା ପାଇଁ ରାଜ୍ୟମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜରୁରୀ – ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
ରାଜ୍ୟରେ ମହିଳା ଓ ଶିଶୁ ବିକାଶ/ ସମାଜ କଲ୍ୟାଣ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସକ/ ଉପରାଜ୍ୟପାଳଙ୍କ ସହ ପ୍ରଥମ ଜାତୀୟସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଅଧ୍ୟକ୍ଷତା କରିଛନ୍ତି
୨୧ ଜଣ ରାଜ୍ୟ ମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଭବିଷ୍ୟତ ରଣନୀତିର ସମୀକ୍ଷା ଉପରେ ଗୁରୁତ୍ୱ ାରୋପ କରାଯାଇଥିଲା।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଅଗଷ୍ଟ ୧୦, ୨୦୨୪ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମହିଳା ଓ ଶିଶୁ ବିକାଶ/ ସମାଜ କଲ୍ୟାଣ ମନ୍ତ୍ରୀ
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଅଗଷ୍ଟ ୧୦, ୨୦୨୪ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମହିଳା ଓ ଶିଶୁ ବିକାଶ/ ସମାଜ କଲ୍ୟାଣ ମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ/ ଉପରାଜ୍ୟପାଳଙ୍କ ସହ ତାଙ୍କର ପ୍ରଥମ ଜାତୀୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଭବିଷ୍ୟତ ରଣନୀତିର ସମୀକ୍ଷା ଉପରେ ଗୁରୁତ୍ୱ ାରୋପ କରିଥିବା ଏହି ବୈଠକରେ ରାଜ୍ୟର ୨୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୧ ଜଣ ଅଂଶଗ୍ରହଣ କରିଥିଲେ
ଏହି ବୈଠକରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏହି ପଦକ୍ଷେପଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ଉଦ୍ୟମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ବାତ୍ସଲ୍ୟ ଏବଂ ମିଶନ ଶକ୍ତି ଅଧୀନରେ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟକ୍ରମ ଉପରେ ସେ ବିଶେଷ ଭାବରେ ଆଲୋକପାତ କରିଥିଲେ ।
ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ, ଆମପ୍ରୟାସର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ, ଏଥିପାଇଁ ରାଜ୍ୟମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜରୁରୀ । ଏହା କେବଳ ରାଜ୍ୟଗୁଡ଼ିକର ବିକାଶ ରେ ସହାୟକ ହେବ ନାହିଁ ବରଂ ଆମ ଦେଶର ସାମଗ୍ରିକ ପ୍ରଗତିରେ ମଧ୍ୟ ସହାୟକ ହେବ, ଯାହା କି ପ୍ରଧାନମନ୍ତ୍ରୀଙ୍କ ‘ବିକ୍ଷିତ ଭାରତ’ର ପରିକଳ୍ପନା ସହିତ ସମାନ
ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ସମସ୍ତ ରାଜ୍ୟର ମନ୍ତ୍ରୀ ଏବଂ ପ୍ରଶାସକ/ ଉପରାଜ୍ୟପାଳମାନଙ୍କୁ
ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ସମସ୍ତ ରାଜ୍ୟର ମନ୍ତ୍ରୀ ଏବଂ ପ୍ରଶାସକ/ ଉପରାଜ୍ୟପାଳମାନଙ୍କୁ ଏହି ମିଶନଗୁଡ଼ିକର କାର୍ଯ୍ୟକାରିତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ସହ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଏବଂ ସମଗ୍ର ଦେଶରେ ମହିଳା ଓ ଶିଶୁଙ୍କ କଲ୍ୟାଣ କୁ ସୁନିଶ୍ଚିତ କରିବା ପାଇଁ ଏଭଳି ସହଯୋଗ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଅଧିକ ପଢନ୍ତୁ