ନିକଟରେ ଏମପୋକ୍ସ (ମଙ୍କିପକ୍ସ) ସଂକ୍ରମଣର ସମ୍ମୁଖୀନ ହେଉଥିବା ଦେଶରୁ ଆସିଥିବା ଜଣେ ଯୁବ ପୁରୁଷ ରୋଗୀଙ୍କୁ ଏମପୋକ୍ସର ସନ୍ଦିଗ୍ଧ ମାମଲା ଭାବେ ଚିହ୍ନଟ କରାଯାଇଛି। ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଆଇସୋଲେସନରେ ରଖାଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଏମ୍ପୋକ୍ସର ଉପସ୍ଥିତି ନିଶ୍ଚିତ କରିବା ପାଇଁ ରୋଗୀଙ୍କ ନମୁନା ପରୀକ୍ଷା କରାଯାଉଛି। ସ୍ଥାପିତ ପ୍ରୋଟୋକଲ ଅନୁଯାୟୀ ଏହି ମାମଲାପରିଚାଳନା କରାଯାଉଛି ଏବଂ ସମ୍ଭାବ୍ୟ ଉତ୍ସଚିହ୍ନଟ କରିବା ଏବଂ ଦେଶ ଭିତରେ ଏହାର ପ୍ରଭାବ ଆକଳନ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ଏହି ମାମଲାର ବିକାଶ ଏନସିଡିସି ଦ୍ୱାରା କରାଯାଇଥିବା ପୂର୍ବ ବିପଦ ଆକଳନ ସହିତ ସୁସଙ୍ଗତ ଏବଂ ଏଥିରେ କୌଣସି ଅଯଥା ଚିନ୍ତାର କାରଣ ନାହିଁ । ଏଭଳି ବିଚ୍ଛିନ୍ନ ଭ୍ରମଣ ସମ୍ବନ୍ଧୀୟ ମାମଲାର ମୁକାବିଲା ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଯେକୌଣସି ସମ୍ଭାବ୍ୟ ବିପଦର ପରିଚାଳନା ଏବଂ ହ୍ରାସ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଅଧିକ ପଢନ୍ତୁ