ଶ୍ରମିକଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଏବଂ ଗୁଣାତ୍ମକ ନିଯୁକ୍ତି ସୃଷ୍ଟିରେ ନିଯୁକ୍ତିଦାତାଙ୍କୁ ସୁବିଧା ଦେବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ।
ଆଜି ଚଣ୍ଡିଗଡ଼ରେ ଶ୍ରମ ସଂସ୍କାର ଓ ନିଯୁକ୍ତି ସମ୍ପର୍କିତ ଦ୍ବିତୀୟ ଆଞ୍ଚଳିକ ବୈଠକରେ ସୁଶ୍ରୀ ଶୋଭା କରନ୍ଦଲାଜେ ଅଧ୍ୟକ୍ଷତା କରିଥିଲେ।
ଆଜି ଚଣ୍ଡିଗଡ଼ରେ ଶ୍ରମ ସଂସ୍କାର ଓ ନିଯୁକ୍ତି ସମ୍ପର୍କିତ ଦ୍ବିତୀୟ ଆଞ୍ଚଳିକ ବୈଠକରେ ସୁଶ୍ରୀ ଶୋଭା କରନ୍ଦଲାଜେ ଅଧ୍ୟକ୍ଷତା କରିଥିଲେ। ଉତ୍ତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଯଥା ପଞ୍ଜାବ, ହିମାଚଳ ପ୍ରଦେଶ, ଲଦାଖ, ଚଣ୍ଡିଗଡ଼ ଏବଂ ରାଜସ୍ଥାନ ସହିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସମବାୟ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହ ଛଅଟି ଆଞ୍ଚଳିକ ବୈଠକ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଚାଲିଥିବା ଆଲୋଚନା ଶୃଙ୍ଖଳା ମଧ୍ୟରେ ଏହି ବୈଠକ ହେଉଛି ଦ୍ବିତୀୟ ବୈଠକ
ଉଦ୍ ଘାଟନୀ ଭାଷଣରେ ସୁଶ୍ରୀ ଶୋଭା କରନ୍ଦଲାଜେ ଭାରତକୁ ୨୦୪୭ ସୁଦ୍ଧା ବିଶ୍ୱର ସର୍ବବୃହତ ଅର୍ଥନୀତିରେ ପରିଣତ କରିବା ପାଇଁ ଶ୍ରମ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ପୂର୍ବ ଯୁଗରେ ଉତ୍ପନ୍ନ ହୋଇଥିବା ପ୍ରଚଳିତ ଶ୍ରମ ଆଇନରେ ଆମ ଦେଶ ଔପନିବେଶିକ ପରମ୍ପରାକୁ ଅତିକ୍ରମ କରିବା ଉଚିତ, ତେଣୁ ଭାରତ ସରକାର ୨୯ଟି ଶ୍ରମ ଆଇନକୁ ୦୪ଟି ଶ୍ରମ କୋଡ୍ ରେ ଆଧୁନିକୀକରଣ, ସରଳୀକରଣ ଏବଂ ସମନ୍ୱିତ କରିଛନ୍ତି
ଅଣସଂଗଠିତ ଶ୍ରମିକ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲ୍ ସମେତ ସଂଗଠିତ ଶ୍ରମିକଙ୍କ ସମକକ୍ଷ ବ୍ୟାପକ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ଜିଲ୍ଲାରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି)ର ସେବା ଓ ସୁବିଧାକୁ ସୁଦୃଢ଼ ଓ ବିସ୍ତାର କରିବା ଦିଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସହ କାର୍ଯ୍ୟ କରିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ଯୋଜନା କ୍ଷେତ୍ରରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସର୍ବୋତ୍ତମ ଅଭ୍ୟାସକୁ କୋଡ୍ ଅନୁଯାୟୀ ଜାରି ରଖିବା ଏବଂ ସୁଦୃଢ଼ କରିବା ଉଚିତ୍ ।
ମନ୍ତ୍ରଣାଳୟ ଓ ଇର ସଚିବ ଶ୍ରୀମତୀ ସୁମିତା ଦାୱରା ଚଳିତ ଶ୍ରମ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରର ପ୍ରୟାସରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରି ବୈଠକର ପରିପ୍ରେକ୍ଷୀ ସ୍ଥିର କରିଥିଲେ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜ ନିଜ ଡ୍ରାଫ୍ଟ ନିୟମରେ ଥିବା ବ୍ୟବଧାନ ଏବଂ ବିଭେଦକୁ ହାର୍ମୋନି ମାଧ୍ୟମରେ ଦୂର କରିବା ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଇ-ଶ୍ରମ ପୋର୍ଟାଲ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଏହା ଆରମ୍ଭ ହେବାର ୩ ବର୍ଷ ମଧ୍ୟରେ ଏହି ପୋର୍ଟାଲରେ ୩୦ କୋଟିରୁ ଅଧିକ ଅସଂଗଠିତ ଶ୍ରମିକ ପଞ୍ଜୀକୃତ ହୋଇଥିବା ଦର୍ଶାଯାଇଥିଲା।
ଶ୍ରମ ସଂସ୍କାର, ଇଶ୍ରମ, ବିଲ୍ଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ବିଓସିଡବ୍ଲୁ), ନିଯୁକ୍ତି ସୃଷ୍ଟି ଏବଂ ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ (ଇଏଲଆଇ) ଉପରେ ଗୁରୁତ୍ୱ ଦେଇ ପ୍ରମୁଖ ପ୍ରସଙ୍ଗଉପରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନଙ୍କ ସହିତ ଏକ ସମୃଦ୍ଧ ବୁଝାମଣା ଏବଂ ବିଚାରବିନିମୟ ଅନୁଷ୍ଠିତ ହୋଇଥିଲା।ଇ-ଶ୍ରମ ପୋର୍ଟାଲ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଏହା ଆରମ୍ଭ ହେବାର ୩ ବର୍ଷ ମଧ୍ୟରେ ଏହି ପୋର୍ଟାଲରେ ୩୦ କୋଟିରୁ ଅଧିକ ଅସଂଗଠିତ ଶ୍ରମିକ ପଞ୍ଜୀକୃତ ହୋଇଥିବା ଦର୍ଶାଯାଇଥିଲା। ଦକ୍ଷତା ବିକାଶ, ଚାକିରି ମେଳନ, ପେନସନ, ଆବାସ, ସ୍ୱାସ୍ଥ୍ୟ, ଆର୍ଥିକ ସହାୟତା, ଜୀବନ ଓ ଦୁର୍ଘଟଣା ବୀମା ଏବଂ ଚିକିତ୍ସା ବୀମା ସହିତ ଜଡିତ କେନ୍ଦ୍ରୀୟ ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ଯୋଜନାଗୁଡିକରେ ସହଜରେ ଉପଲବ୍ଧ କରାଇବା ପାଇଁ ଇ-ଶ୍ରମ ପୋର୍ଟାଲକୁ “ୱାନ୍ ଷ୍ଟପ୍ ସମାଧାନ” ଭାବରେ ସୁଦୃଢ଼ କରିବା ପାଇଁ ନିକଟରେ କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା କରାଯାଇଥିବାରୁ ପୋର୍ଟାଲରେ ଏଭଳି ଶ୍ରମିକମାନଙ୍କୁ ସମୟବଦ୍ଧ ପଞ୍ଜୀକରଣ କରିବାର ଗୁରୁତ୍ୱକୁ ଦୋହରାଇଥିଲେ । ଏହି ଦିଗରେ ମନ୍ତ୍ରଣାଳୟ ର ସଚିବ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଇ-ଶ୍ରା ସହିତ ଦ୍ୱିପାକ୍ଷିକ ସମନ୍ୱୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି
ନିଯୁକ୍ତି ସୃଷ୍ଟି ଏବଂ ନିଯୁକ୍ତି ରେ ଉନ୍ନତି ଆଣିବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକିତ Bharat@2047 ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ଗୁରୁତ୍ୱାରୋପ କରି,
ନିଯୁକ୍ତି ସୃଷ୍ଟି ଏବଂ ନିଯୁକ୍ତି ରେ ଉନ୍ନତି ଆଣିବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକିତ Bharat@2047 ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ଗୁରୁତ୍ୱାରୋପ କରି, ମନ୍ତ୍ରଣାଳୟ ଏବଂ ଇ ସଚିବ ନିକଟରେ କେନ୍ଦ୍ର ବଜେଟ ୨୦୨୪-୨୫ରେ ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ଘୋଷଣା ସମେତ ଏହି ଦିଗରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ଏମଓଏଲ ଆଣ୍ଡ ଇ ସଚିବ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କଠାରୁ କେନ୍ଦ୍ର ସରକାରଙ୍କ ଆଶା ଉପରେ ଆଲୋକପାତ କରିଥିଲେ, ଯାହା ନିମ୍ନଲିଖିତ ଅଟେ:
୧.ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ପାଇଁ ନିଯୁକ୍ତି ତଥ୍ୟ ସଂଗ୍ରହ ଏବଂ ଏକ କେନ୍ଦ୍ରୀଭୂତ ଆଭିମୁଖ୍ୟ ଗ୍ରହଣ କରିବା;
୨.ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ଶ୍ରମ କୋଡ୍ ଅଧୀନରେ ନିୟମ ପ୍ରଣୟନ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟକୁ ସୁଦୃଢ଼ କରିବା ।
୩.ଏନସିଏସ ପୋର୍ଟାଲରେ ଏମଓଏଲ ଆଣ୍ଡ ଇକୁ ନିଯୁକ୍ତି ରିଟର୍ଣ୍ଣ ଏବଂ ଚାକିରି-ଉଚିତ ବିବରଣୀ ଠିକ୍ ସମୟରେ ଏବଂ ନିୟମିତ ଭାବରେ ଦାଖଲ କରିବା ।
୪.ଇ-ଶ୍ରମ ପୋର୍ଟାଲ୍ ସହ ଦ୍ୱିପାକ୍ଷିକ ସମନ୍ୱୟ;
୫.ସମ୍ପୃକ୍ତ ବିଓସି କର୍ମଚାରୀଙ୍କ ଡାଟା ଯାଞ୍ଚ ଏବଂ ସମ୍ପୃକ୍ତ ବିଓସି କର୍ମଚାରୀ କଲ୍ୟାଣ ସେସ୍ ପାଣ୍ଠି ମାଧ୍ୟମରେ ବିଓସି କର୍ମୀଙ୍କୁ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ପରିସର ସମ୍ପ୍ରସାରଣ କରିବା ।
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଆଲୋଚନା ହେଉଥିବା ପ୍ରମୁଖ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗରେ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ, ମତାମତ, ପରାମର୍ଶ
ଏହି ବୈଠକରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଆଲୋଚନା ହେଉଥିବା ପ୍ରମୁଖ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗରେ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ, ମତାମତ, ପରାମର୍ଶ ଏବଂ ଉଦ୍ବେଗ ପ୍ରକାଶ କରିଥିଲେ, ଯାହାର ଉପଯୁକ୍ତ ସମାଧାନ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିଲା । ସେମାନଙ୍କ ନିକଟରେ ପହଞ୍ଚିବା ଏବଂ ଚାଲିଥିବା ଶ୍ରମ ସଂସ୍କାରକୁ ଆଗେଇ ନେବାରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ । ବିଭିନ୍ନ କଲ୍ୟାଣକାରୀ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଅଧିକ ଦକ୍ଷ ଏବଂ ଦ୍ରୁତ ଗତିରେ ଚିହ୍ନଟ କରିବା ପାଇଁ ଇ-ଶ୍ରମରେ ପଞ୍ଜୀକୃତ ଶ୍ରମିକଙ୍କ ତଥ୍ୟଜିଲ୍ଲା ସ୍ତରରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳସହିତ ଅଂଶୀଦାର କରିବାକୁ ରାଜ୍ୟଗୁଡ଼ିକ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ର) ଡ. ଓଙ୍କାର ଶର୍ମା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନଙ୍କୁ ସେମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକର ସଫଳ ଆୟୋଜନ ପାଇଁ ସେ ଚଣ୍ଡିଗଡ଼ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଥିଲେ। ଅଧିକ ପଢନ୍ତୁ