ଶନି କୋପ ଦୃଷ୍ଟିରୁ ବଞ୍ଚିବେ କିପରି ?

ଶନି କୋପ ଦୃଷ୍ଟିରୁ ବଞ୍ଚିବେ କିପରି ?

ଆଧୁନିକ ଯୁଗର ମନିଷ ଓ ବୈଜ୍ଞାନିକ ବିଚାର ସମ୍ପନ୍ନ କୁ ଅନୁସରଣ କରି ବଞ୍ଚିଥିବା ମଣିଷ ଏବଂ ଆଧ୍ୟାତ୍ମିକ କୁ ପାଥେୟ କରି ଜୀବନ୍ ଚର୍ଯ୍ୟl କରୁଥିବା ମଣିଷ ମାନଙ୍କର ଖାଦ୍ୟ ପେୟ ,ଚାଲି ଚଳଣ ଓ କଥା ବାର୍ତ୍ତା ସବୁ ଭିନ୍ନ ।ତଥାପି ଆମେ ଭାରତୀୟ ।
ଆମର ସଂସ୍କୃତି,ଖାଦ୍ୟ , ପେୟ ,ବେଶ ,ଭୂଷଣ ,ବିଚାରଧାରା ସବୁ ଅଲଗା ଅଲଗା ତଥାପି ଆମେ ଭାରତୀୟ ।ବିଭିନ୍ନତା ଭିତରେ ଏକତା ଏ ଦେଶର ମୂଳ ଲକ୍ଷ୍ୟ ଓ ମନ୍ତ୍ର ଓ ଆମେ ଏହି ପୃଥିବୀ ଗ୍ରହ ରେ ଅଧିବାସୀ ଓ ନିୟନ୍ତ୍ରିତ ତେଣୁ ଗ୍ରହ ମାନଙ୍କ୍ ର ପ୍ରଭାବ ରେ ପ୍ରଭାବିତ ।

ଆମେ ଜାଣୁ ଦେବ ଗ୍ରହ ବୃହସ୍ପତି ଓ ତାଙ୍କ ଅଧିନରେ ଥିବା ବୁଦ୍ଧ ,ଶୁକ୍ର ,ପୃଥିବୀ ,ମଙ୍ଗଳ ଦାନବ ଗ୍ରହ ହେଲା ଶନି ତାଙ୍କ ଅଧିନରେ ରାହୁ କେତୁ ଗ୍ରହ ମାନ । ତେଣୁ ଆସନ୍ତୁ ଆମ୍ଭେ ଆପଣ ମାନଙ୍କୁ ଶନି ଗ୍ରହ ର କୁପ୍ରଭାବ ରୁ କେମିତି ନିଜକୁ ବଞ୍ଚାଇବେ କହିବୁ ।କଥା ଯଦି ଆପଣ ମାନଙ୍କୁ ଭଲ ଲାଗିବ ତେବେ ଆପଣ ଏହାକୁ ଶେୟାର କରିବାକୁ ଭୁଲିବେନି ।ଆସନ୍ତୁ ଆମେ ଏକ ସୁନ୍ଦର୍ କାହାଣୀ ମାଧ୍ୟମ ରେ ଆପଣଙ୍କୁ ଗୋଟିଏ ବୁଝାଇବାକୁ ଚେଷ୍ଟା କରିବୁ ।

ଶନି କୋପ ଦୃଷ୍ଟିରୁ ବଞ୍ଚିବେ କିପରି ?
ଶନି କୋପ ଦୃଷ୍ଟିରୁ ବଞ୍ଚିବେ କିପରି ?
ମହାଲକ୍ଷ୍ମୀଙ୍କ ନାମ ସ୍ମରଣ ମାତ୍ରକେ ବିକ୍ରମାଦିତ୍ୟ ଙ୍କ ସବୁ ରୋଗ ବ୍ୟାଧି ଦୂର ହୋଇଗଲା ।ସାତଥର ପାଣି କୁ ଫିଙ୍ଗି ଦେଇଥିବା ଶନି ଙ୍କ ପ୍ରଭାବ କମି ଯିବାରୁ ରାଜା ନଦୀ କୂଳରେ ଲାଗିଲେ ଓ ତାଙ୍କର୍ ଶରୀର ସୁସ୍ଥତା ଆସିଲା ।ପୁଣି ଆଗଭଳି ସେ ଯେମିତି ରହୁଥିଲେ ସେମିତି ମହା ଆଡମ୍ବର ରେ ରହିଲେ ।

ଏକଦା ସ୍ଵର୍ଗରେ ଶନି ଓ ଲକ୍ଷ୍ମୀ ଙ୍କ ମଧ୍ୟରେ ବିବାଦ ବଢିବାରେ ଲଗିଲା । ସୂର୍ଯ୍ୟ ପୁତ୍ର ଶନି ଦିନେ ଯାଇ ବୈକୁଣ୍ଠ ରେ ଲକ୍ଷ୍ମୀ ମାତା ଙ୍କୁ ମିଳିଲେ କହିଲେ ଭଉଣୀ ଗୋଟେ କଥା ପଚାରିବି ମୋତେ ବୁଝାଇ କହିବ ।ଆଛା ଭଉଣୀ କୁହନ୍ତୁ ତ ମୋତେ କାହଁକି ସମସ୍ତେ ପୂଜା କରୁ ନାହାଁନ୍ତି କିନ୍ତୁ ତୁମକୁ ସମସ୍ତେ ପୂଜା କରୁଛନ୍ତି କଣ ପାଇଁ ।ମୁଁ ତ ତମ ଠାରୁ ବହୁ ଗୁଣରେ ବଡ ,ତେବେ ମୋତେ ଛାଡି ତୁମକୁ କହିକି ପୂଜା କରନ୍ତି ।ଶନି ମହାରାଜ କହିଲେ ମୁଁ ସମସ୍ତଙ୍କ ଠାରୁ ବହୁତ ବଡ ମୋ କୁପ ଦୃଷ୍ଟ ପଡିଲେ ସମସ୍ତେ ଛାରଖାର ହୋଇ ଯେବେ ।ଲକ୍ଷ୍ମୀ କହିଲେ ଏ ଜଗତ ର ପଡିଦାତ୍ରୀ ମୁଁ ,ମୋ ଠାରୁ ତୁମେ କେମିତି ବଡ ହେଲ ,ଖାଲି ନିଜେ ନିଜେ ବଡ କହିଦେଲେ ହୋଇଯିବ ନା କଣ ? ।ଏହିଭଲି ଭାବରେ ପରସ୍ପର ଉଚ୍ଚ ସ୍ଵର ରେ କଳି ଲାଗିଲେ କେହି ତାଙ୍କ ଝଗଡ଼ା ସମାଧାନ କରିପାରିଲେ ନାହିଁ ।ସ୍ଵର୍ଗରେ ଦେବତା ମାନେ ମଧ୍ୟ ଡରିଲେ ।ଶେଷରେ ସ୍ଥିର କରି ମର୍ତ୍ତ୍ୟପୁରରେ ବିକ୍ରମାଦିତ୍ୟ ଏକ ମହାନ ଧର୍ମ ପରାୟଣ ଓ ନ୍ୟାୟବନ୍ତ ରାଜା ଅଛନ୍ତି ।ତେଣୁ ତାଙ୍କ ପାଖକୁ ଆସିଲେ ଓ ସମସ୍ତ କଥା କହିଲେ ।ବିକ୍ରମାଦିତ୍ୟ ମଧ୍ୟ ବହୁତ୍ ଚିନ୍ତା ରେ ପଡି ନବରତ୍ନ ପଣ୍ଡିତ ଙ୍କ ମତ ନେଇ ସମାଧାନ ର ବାଟ ବାହାର କଲେ ଓ ଦୁଇଜଣଙ୍କୁ ଦୁଇଟି ସିଂହାସନରେ ବସିବାକୁ କହିଲେ ।ଲକ୍ଷ୍ମୀଦେବୀ ଓ ଶନୀ ଦେବତା ନିଜ ନିଜ ଇଛାରେ ସିଂହାସନରେ ବସିଲେ ।ପୁଣି ସେହି ପ୍ରସଙ୍ଗରେ ଆଲୋଚନା କରିବାକୁ ଲାଗିଲେ ।ବିକ୍ରମାଦିତ୍ୟ କହିଲେ କି ଯିଏ ଯଉ ସିଂହାସନ ରେ ବସିଛନ୍ତି ସେହି ଅନୁସାରେ ଆପଣ ମାନେ ସ୍ଥିର କରିନିଅନ୍ତୁ କିଏ ବଡ କିମ୍ବା ସାନ ।ସେହି ସମୟରେ ଶନୀ ଦେବ ଗୋଟିଏ ରୂପା ସିଂହାସନର ରେ ବସିଥିବା ବେଳେ ଲକ୍ଷ୍ମୀ ଦେବୀ ଗୋଟେ ସୁନା ସିଂହାସନ ଉପରେ ବସିଥିଲେ ।ତେଣୁ ଆପଣ ମାନେ ଏହି କାହାଣୀ ରୁ ଜାଣି ସାରିଥିବେ ଯେ କିଏ ବଡ ଓ କିଏ ସାନ ।

ତା ପରବର୍ତ୍ତୀ ସମୟରେ ଯେଉଁ ଘଟଣା ସବୁ ଘଟିଲା ତାହା ବିକ୍ରମାଦିତ୍ୟ ସଜ୍ୟ କରି ପାରିଲେ ନାହିଁ ।ସନୀ ଙ୍କ କୋପ ଦୃଷ୍ଟି ତାଙ୍କ ଉପରେ ପଡିଲା ।କାରଣ ସ ମହା କ୍ରୁଦ୍ଧ କରି ସେଠାରୁ ବିଦାୟ ନେଲେ । ଦିନେ ବିକ୍ରମାଦିତ୍ୟ ଖାଇବାକୁ ଯିବାବେଳେ ଗୋଡ ଧୋଇ ନ ଥିଲେ ଏହି ସୁଯୋଗ ରେ ସନୀ ତାଙ୍କ ଗୋଡା ଦେଇ ପ୍ରବେଶ କଲେ ଓ ତାଙ୍କ ଦେହ ଖରାପ ହୋଇ ସଜ୍ଜାସାୟୀ ହେଲେ ।ମନ ରେ ଖରାପ ଭାବନା ସ୍ରୁଷ୍ଟି ହେଲା ଜୁଆ ଖେଳି ସବୁ ରାଜକୋଷ ସଫା କରିଦେଲେ ।ରାଜ୍ୟ ରେ ଅନାବୃଷ୍ଟି ହେଲା । ରାଜ୍ୟ ର ପ୍ରଜା ମାନେ ମଧ୍ୟ ଖୁସିରେ ରହିଲେ ନାହିଁ ।ରାଜା ଙ୍କ ଦେହରେ ଶେଷରେ ଶନୀ ଅଜଗର ରୂପରେ ପ୍ରବେଶ କଲେ ଓ ଶାରୀର ଅଚଳ ହୋଇଗଲା ।ଶେଷରେ ଶନିଦେବ ତାଙ୍କୁ ନଦୀ କୁ ଫିଙ୍ଗି ଦେଲେ ।ଶନିଦେବ ମନେ ମନେ ଚିନ୍ତା କଲେ ଯଦି ମୁଁ ରାଜାଙ୍କୁ ଭିଷଣ କଷ୍ଟ ନ ଦିଏ ତେବେ ସେ ମୋତେ ଜାଣି ପାରିବନି ।ବିକ୍ରମାଦିତ୍ୟ ଙ୍କ ଶନୀ କଥା ମନେ ପଡ଼ିଲା ଓ ସେ ଶନୀ ଦେବ ଙ୍କୁ ସ୍ତୁତି କଲେ ।ତଥାପି ଶନୀ ଙ୍କ କୃପା ହେଲା ନାହିଁ ଓ ଶେଷରେ ବହୁଥିବା ନଦୀକୁ ସନୀ ଦେବ ଫିଙ୍ଗି ଦେଲେ ।
ଶେଷରେ ବିକ୍ରମାଦିତ୍ୟ ପ୍ରାଣ ବିକଳ ରେ ମାତା ଲକ୍ଷ୍ମୀ ଦେବୀ ଙ୍କୁ ଆତୁର ଆରତୀ କଲେ ।କହିଲେ ହେ ଦେବୀ ତୁମେ ତ୍ରିପୁରେ ପଡିଦାତ୍ରୀ ,ତୁମେ ବିଷ୍ନୁ ଙ୍କ ପାଟ ରାଣୀ ତୁମେ ମାରିଲେ ମାରିବ ,ରଖିଲେ ରଖିବ ,ମୋ ଜୀବନ ନଦୀ ରେ ଲୀନ ହୋଇଯିବ ।
ମହାଲକ୍ଷ୍ମୀଙ୍କ ନାମ ସ୍ମରଣ ମାତ୍ରକେ ବିକ୍ରମାଦିତ୍ୟ ଙ୍କ ସବୁ ରୋଗ ବ୍ୟାଧି ଦୂର ହୋଇଗଲା ।ସାତଥର ପାଣି କୁ ଫିଙ୍ଗି ଦେଇଥିବା ଶନି ଙ୍କ ପ୍ରଭାବ କମି ଯିବାରୁ ରାଜା ନଦୀ କୂଳରେ ଲାଗିଲେ ଓ ତାଙ୍କର୍ ଶରୀର ସୁସ୍ଥତା ଆସିଲା ।ପୁଣି ଆଗଭଳି ସେ ଯେମିତି ରହୁଥିଲେ ସେମିତି ମହା ଆଡମ୍ବର ରେ ରହିଲେ ।
ଶେଷରେ ଏହି କଥା ଉପରେ ଆମେ ପହଞ୍ଚିଲୁ ଯେ ଶନି ଗ୍ରହ ପ୍ରଭାବ ଆପଣଙ୍କୁ ହେଉ କିମ୍ବା ମୋତେ ହେଉ ମୋତେ ପଡିବନି ଯଦି ଆପଣ ସଦା ସର୍ବଦା ସଫା ସୁତରା ରହି ନୀତି ନିୟମ ଓ ଧାର୍ମିକତା ସହକାରେ ଲକ୍ଷ୍ମୀ ମାତା ଙ୍କୁ ହୃଦୟ ସହ ସ୍ମରଣ କରନ୍ତି ।ସନୀଦେବ ଆପଣଙ୍କ ର କିଛି ବି କରି ପାରିବନି ।ସଦାସର୍ବଦା ଲକ୍ଷ୍ମୀ ମା ଙ୍କୁ ସ୍ମରଣ କରୁଥିବେ ।ଓମ୍ ମହା ଲକ୍ଷ୍ମୀ ବିଦ୍ମହେ ବିଷ୍ନୁ ପ୍ରିୟା ଧୀମହି ତନ୍ନୁ ଲକ୍ଷ୍ମୀ ପ୍ରଚୋଦୟାତ ।

ମନୁଷ୍ୟର ମୁହଁ ଦେଖି ଚିହ୍ନନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x