ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଇ-ପୁସ୍ତକାଳୟସ୍ଥିତ ଡିଜିଟାଲ ଲାଇବ୍ରେରୀ ପ୍ଲାଟଫର୍ମ ପାଇଁ ଏକ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ତତ୍ତ୍ୱାବଧାନରେ ଜାତୀୟ ପୁସ୍ତକ ଟ୍ରଷ୍ଟ ସହ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ବିଭାଗ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଉଚ୍ଚଶିକ୍ଷା ବିଭାଗ ସଚିବ କେ.ସଞ୍ଜୟ ମୂର୍ତ୍ତି; ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସ୍ଇ ଆଣ୍ଡ ଏଲ୍ )ର ସଚିବ ଶ୍ରୀ ସଞ୍ଜୟ କୁମାର; ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସଚିବ ଅର୍ଚ୍ଚନା ଶର୍ମା ଅବସ୍ଥି ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀ କେ.ସଞ୍ଜୟ ମୂର୍ତ୍ତି ତାଙ୍କ ଅଭିଭାଷଣରେ ପିଲାମାନଙ୍କ ଜୀବନରେ ଅଣ-ଶୈକ୍ଷିକ ପୁସ୍ତକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ କାରଣ ଏହା ସେମାନଙ୍କୁ ଭବିଷ୍ୟତରେ ସେମାନଙ୍କ ର ପାଠପଢ଼ା ଶୃଙ୍ଖଳା ଚୟନ କରିବାରେ ସାହାଯ୍ୟ କରେ । ରାଷ୍ଟ୍ରୀୟ ଇ-ପୁସ୍ତକାଳୟରେ ଅନ୍ତର୍ଭୁକ୍ତ ହୋଇପାରୁଥିବା ଭଲ ପୁସ୍ତକ ଲେଖିବା ପାଇଁ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନଙ୍କୁ ନିମନ୍ତ୍ରଣ କରିବାକୁ ସେ ନ୍ୟାସନାଲ ବୁକ୍ ଟ୍ରଷ୍ଟକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉଦ୍ ବୋଧନ ଦେଇ ଶ୍ରୀ ସଞ୍ଜୟ କୁମାର ପୁସ୍ତକ ପଢ଼ିବାର ଅଭ୍ୟାସ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପାଠକଙ୍କ ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ୨୪ ଘଣ୍ଟିଆ ଉପଲବ୍ଧ ହେବ ଏବଂ ପୁସ୍ତକଗୁଡ଼ିକ ସେମାନଙ୍କ ପାଇଁ ଅଧିକ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ଦ୍ୱାରା ଅନେକ ରାଜ୍ୟ ପାଇଁ ପାଠାଗାରର ‘ଶେଷ ମାଇଲ୍’ ଉପସ୍ଥିତି ସମସ୍ୟାର ସମାଧାନ ହେବ। ରାଷ୍ଟ୍ରୀୟ ଇ-ପୁସ୍ତକାଳୟର ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ ହେବାକୁ ଥିବା ପୁସ୍ତକଗୁଡ଼ିକ ଉପରେ ନିଷ୍ପତ୍ତି ନେଉଥିବା ବିଷୟବସ୍ତୁ ସମୃଦ୍ଧି କମିଟିର ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ୨-୩ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଭାଷାରେ ୧୦ ହଜାରରୁ ଅଧିକ ପୁସ୍ତକ ପ୍ରକାଶ ପାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଶ୍ରୀମତୀ ଅବସ୍ଥି ରାଷ୍ଟ୍ରୀୟ ଇ-ପୁସ୍ତକାଳୟରେ ଅଣ-ଶୈକ୍ଷିକ ଶୀର୍ଷକ ଅନ୍ତର୍ଭୁକ୍ତ କରିବାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଇଂରାଜୀ ସମେତ ୨୩ଟି ଭାଷାରେ ୧୦ରୁ ଅଧିକ ପୁସ୍ତକ ଇ-ପୁସ୍ତକାଳୟରେ ଯୋଡ଼ି ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି।
ପ୍ରଥମ ଡିଜିଟାଲ ଲାଇବ୍ରେରୀ ରାଷ୍ଟ୍ରୀୟ ଇ-ପୁସ୍ତାକଳ୍ୟ ଇଂରାଜୀ ବ୍ୟତୀତ ୨୨ରୁ ଅଧିକ ଭାଷାରେ ୪୦ରୁ ଅଧିକ ନାମୀଦାମୀ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଶିଶୁ ଓ କିଶୋରଙ୍କୁ ୧୦୦୦ରୁ ଅଧିକ ଅଣ-ଶୈକ୍ଷିକ ପୁସ୍ତକ ପ୍ରଦାନ କରି ଭାରତୀୟ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ପଢ଼ିବା ପ୍ରତି ଆଜୀବନ ଭଲପାଇବା ଜାଗ୍ରତ କରିବାକୁ ଚେଷ୍ଟା କରିବ। ଭୌଗୋଳିକ, ଲାଙ୍ଗରେ ଗୁଣାତ୍ମକ ପୁସ୍ତକ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହା କରାଯିବ।
ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ପ୍ରକଳ୍ପ ଡିଜିଟାଲ ବିଭାଜନକୁ ଦୂର କରିବା ଏବଂ ସମସ୍ତଙ୍କ ପାଇଁ ଏକ ସମାବେଶୀ ବାତାବରଣ ସୃଷ୍ଟି କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ତେଣୁ ପୁସ୍ତକଗୁଡ଼ିକ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ପଢ଼ିବା ପାଇଁ ଉପଲବ୍ଧ ହେବ। ଏହି ବୁଝାମଣାପତ୍ର ସ୍ୱାକ୍ଷର ିତ କରି ଡିଓଏସଇଏଲ ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ ଶିକ୍ଷା ପରିବେଶର ଉନ୍ନତି ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବେ ।
ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଏକ ସମବାୟ ପ୍ରୟାସ ଆରମ୍ଭ ହେବ ଯାହା ଦେଶର ଯୁବକମାନଙ୍କ ମଧ୍ୟରେ ସୁସ୍ଥ ପଠନ ଅଭ୍ୟାସକୁ ପ୍ରଚାର କରିବା ପାଇଁ ସମଗ୍ର ଦେଶରେ ଗୁଣାତ୍ମକ ଅଣ-ଶୈକ୍ଷିକ ପଠନ ସାମଗ୍ରୀର ଉପଲବ୍ଧତାରେ ପରିବର୍ତ୍ତନ ଆଣିବାର କ୍ଷମତା ରଖିବ ।
“ଭାରତୀୟ ଯୁବଗୋଷ୍ଠୀରେ ପଠନ ଅଭ୍ୟାସ ପୁନଃ ଆବିଷ୍କାର” ଶୀର୍ଷକ ଉପରେ ଏକ ପ୍ୟାନେଲ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ପ୍ରକାଶନ ଜଗତର ବିଶେଷଜ୍ଞମାନେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ପ୍ରକାଶକ, ପଣ୍ଡିତ, ଗଣମାଧ୍ୟମର ସଦସ୍ୟ ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ଦର୍ଶକମାନଙ୍କ ସହିତ ସେମାନଙ୍କର ବୁଝାମଣାପୂର୍ଣ୍ଣ ଚିନ୍ତାଧାରା ବାଣ୍ଟିଥିଲେ ।