‘ଭବିଷ୍ୟତର ଶିଖର ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପ୍ରଧାନମନ୍ତ୍ରୀ ଆଜି ନ୍ୟୁୟର୍କରେ ଜାତିସଂଘରେ ‘ଭବିଷ୍ୟତର ଶିଖର ସମ୍ମିଳନୀ’କୁ ସମ୍ବୋଧିତ କରିଥିଲେ ।

ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଏକ ଉତ୍ତମ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ’। ଏହି ଶିଖର ସମ୍ମିଳନୀରେ ବହୁ ସଂଖ୍ୟାରେ ବିଶ୍ୱନେତା ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଶାନ୍ତି, ବିକାଶ ଓ ସମୃଦ୍ଧି ଚାହୁଁଥିବା ମାନବଜାତିର ଏକ ଷଷ୍ଠଭାଗ ତରଫରୁ ଶିଖର ସମ୍ମିଳନୀରେ ସେ ଏହା କହିଛନ୍ତି। ଉଜ୍ଜ୍ୱଳ ବିଶ୍ୱ ଭବିଷ୍ୟତ ପାଇଁ ଆମର ସାମୂହିକ ପ୍ରୟାସରେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନିରନ୍ତର ବିକାଶ ପଦକ୍ଷେପକୁ ବୃଦ୍ଧି କରିବାରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଦେଶ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି । ଗ୍ଲୋବାଲ ସାଉଥର ଦେଶମାନଙ୍କ ସହିତ ଏକତା ପ୍ରକାଶ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହାର ବିକାଶ ଅଭିଜ୍ଞତା ସେମାନଙ୍କ ସହିତ ବାଣ୍ଟିବାର ସୌଭାଗ୍ୟ ଲାଭ କରିଛି । ସୁରକ୍ଷିତ ଏବଂ ଆରକୁ ପ୍ରୋତ୍ସାହିତ କରିବା ପାଇଁ ସନ୍ତୁଳିତ ନିୟମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।  ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x