ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ବ୍ଲାକ୍ରକ୍ ଫଣ୍ଡିଂ, ଇନ୍କର୍ପୋରେଟେଡ୍ ଦ୍ୱାରା ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ମ୍ୟାନେଜମେଣ୍ଟ, ଏଲ୍ଏଲ୍ସି ଅଧିଗ୍ରହଣକୁ ଅନୁମୋଦନ କରିଛି।
ଏହି ପ୍ରସ୍ତାବିତ ମିଶ୍ରଣ ବ୍ଲାକ୍ରକ୍ ଫଣ୍ଡିଂ, ଇନ୍କର୍ପୋରେଟେଡ୍ (ବିଏଫ୍ଆଇ) ଦ୍ୱାରା ଗ୍ଲୋବାଲ ଇନଫ୍ରାଷ୍ଟ୍ରକ୍ଚର ମ୍ୟାନେଜମେଣ୍ଟ, ଏଲ୍ଏଲ୍ସି (ଜିଆଇଏମ୍)ରେ ସୀମିତ ଦାୟିତ୍ୱସମ୍ପନ୍ନ କମ୍ପାନି ସ୍ୱାର୍ଥର ୧୦୦% ଅଧିଗ୍ରହଣ ସହିତ ଜଡ଼ିତ।
ବିଏଫଆଇ ହେଉଛି ବ୍ଲାକରକ୍ ଇନକର୍ପୋରେଟେଡ୍ (ବ୍ଲାକରକ୍)ର ଏକ ନବଗଠିତ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା, ଯାହାର କୌଣସି ସ୍ୱାଧୀନ କାର୍ଯ୍ୟକଳାପ ନାହିଁ । ବ୍ଲାକରକ୍ ହେଉଛି ଏକ ଆମେରିକୀୟ ସାର୍ବଜନୀନ କାରବାର କାରୀ କମ୍ପାନୀ ଯାହା ବିଶ୍ୱବ୍ୟାପୀ ନିବେଶ ପରିଚାଳନା, ବିପଦ ପରିଚାଳନା ଏବଂ ସମଗ୍ର ବିଶ୍ୱରେ ସଂସ୍ଥାଗତ ଏବଂ ଖୁଚୁରା ଗ୍ରାହକଙ୍କୁ ପରାମର୍ଶଦାତା ସେବା ଯୋଗାଇବାରେ ସକ୍ରିୟ । ବ୍ଲାକରକ୍ ବିଶ୍ୱବ୍ୟାପୀ ସଂସ୍ଥାଗତ ଏବଂ ବ୍ୟକ୍ତିଗତ ନିବେଶକଙ୍କ ତରଫରୁ ସମ୍ପତ୍ତି ପରିଚାଳନା କରିଥାଏ ।
ଜିଆଇଏମ୍ ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱାଧୀନ ଭିତ୍ତିଭୂମି ପାଣ୍ଠି ପରିଚାଳକ, ଯାହାର ମୁଖ୍ୟାଳୟ ଆମେରିକାର ନ୍ୟୁୟର୍କ ସହରରେ ରହିଛି । ଜିଆଇଏମ ଏବଂ ଏହାର ସହଯୋଗୀ ମାନେ ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ପାର୍ଟନର୍ସ (“ଜିଆଇପି ଫଣ୍ଡ”) ନାମରେ କାର୍ଯ୍ୟ କରୁଥିବା କେତେକ ନିବେଶ ପାଣ୍ଠିପରିଚାଳନା କରନ୍ତି । ଅଧିକ ପଢନ୍ତୁ