ସ୍ୱଚ୍ଛତା ହିଁ ସେବା ଅଭିଯାନ (ଏସଏଚଏସ), ୨୦୨୪ ରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପର ଏକ ଅଂଶ ଭାବରେ ସୁସ୍ଥ ଏବଂ ସ୍ୱଚ୍ଛ ଜୀବନର ବାର୍ତ୍ତା ପ୍ରଚାର କରିବା ପାଇଁ ବିଧାନ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ଶାସ୍ତ୍ରୀ ଭବନ ପରିସରରେ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା । ଯୁଗ୍ମ ସଚିବ/ନୋଡାଲ ଅଫିସର ଶ୍ରୀ ଆର.କେ ପଟ୍ଟନାୟକଙ୍କ ସମେତ ବିଧାନ ବିଭାଗ ତଥା ଆଇନ ବ୍ୟାପାର ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ/ସଫେଇ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୋଡାଲ ଅଫିସର ଆର.କେ.ପଟ୍ଟନାୟକ ଏହି ଅଭିଯାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକ ପଢନ୍ତୁ
Subscribe
Login
0 Comments
Oldest