ଭଦ୍ରକ: ଭଦ୍ରକ ଜିଲ୍ଲାରେ କୌଣସି ଘରୋଇ କଥାକୁ ନେଇ ହୋଇଥିବା ହିଂସାତ୍ମକ ଝଗଡ଼ାରେ ଜଣେ ବ୍ୟକ୍ତି ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡିଆ ଗ୍ରାମର ଶଙ୍କର୍ଷଣ ବାରିକ।
ସକାଳେ କିଛି ଘରୋଇ କଳହକୁ ନେଇ ଶଙ୍କର୍ଷଣ ଓ ତାଙ୍କ ବାପାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ବାପ-ପୁଅ ପରସ୍ପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ହିଂସାତ୍ମକ ସଂଘର୍ଷରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଗୁରୁତର ଆହତ ହୋଇଛନ୍ତି।
ଗ୍ରାମବାସୀ ଅଭିଯୁକ୍ତକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଭିଯୁକ୍ତଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।