ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଥିବାରୁ ଗୁକେଶ ଡିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ତାଙ୍କର ଏହି ସଫଳତାକୁ ଐତିହାସିକ ଏବଂ ଉଦାହରଣୀୟ ବୋଲି ପ୍ରଶଂସା କରିଛନ୍ତି।

ଇଣ୍ଟରନ୍ୟାସନାଲ ଚେସ୍ ଫେଡେରେସନ୍ ହ୍ୟାଣ୍ଡେଲ ର ଏକ୍ସ ରେ ଏକ ପୋଷ୍ଟର ଜବାବ ଦେଇ ଶ୍ରୀ ମୋଦୀ କହିଛନ୍ତି:

“ଐତିହାସିକ ଏବଂ ଉଦାହରଣୀୟ!

ଗୁକେଶ ଡିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ଏହା ତାଙ୍କ ଅତୁଳନୀୟ ପ୍ରତିଭା, କଠିନ ପରିଶ୍ରମ ଏବଂ ଅତୁଟ ସଂକଳ୍ପର ଫଳ ।

ତାଙ୍କର ଏହି ବିଜୟ କେବଳ ଚେସ୍ ଇତିହାସରେ ନିଜ ନାମ ଲେଖାଇ ନାହିଁ ବରଂ ଲକ୍ଷ ଲକ୍ଷ ଯୁବମନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଦେଇଛି।

ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ ରେ ଉତ୍ତର ପ୍ରଦେଶ ଗସ୍ତ ରେ ଯିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ ରେ ଉତ୍ତର ପ୍ରଦେଶ ଗସ୍ତ ରେ ଯିବେ । ସେ ପ୍ରୟାଗରାଜ ଯିବେ ଏବଂ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ସଙ୍ଗମ ନାକରେ ପୂଜା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟା ବୃକ୍ଷରେ ପୂଜାର୍ଚ୍ଚନା କରିବା ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୁପରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳରୁ ପଦଯାତ୍ରା କରିବେ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜଠାରେ ପାଖାପାଖି ୫୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ।

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ପ୍ରୟାଗରାଜରେ ଭିତ୍ତିଭୂମି କୁ ସୁଦୃଢ଼ କରିବା ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ଯୋଗାଇବା ପାଇଁ ୧୦ଟି ନୂତନ ରୋଡ୍ ଓଭର ବ୍ରିଜ୍ ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଭଳି ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ଅନ୍ତର୍ଭୁକ୍ତ ହେବ।

ପ୍ରଧାନମନ୍ତ୍ରୀ ଭରଦ୍ୱାଜ ଆଶ୍ରମ କରିଡର, ଶ୍ରଙ୍ଗଭରପୁର ଧାମ କରିଡର, ଅକ୍ଷୟବତ କରିଡର, ହନୁମାନ ମନ୍ଦିର କରିଡର ସମେତ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କ ପ୍ରବେଶକୁ ସହଜ କରିବ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ କୁମ୍ଭ ସାହାୟକ ଚାଟବଟ୍ ମଧ୍ୟ ଉନ୍ମୋଚନ କରିବେ ଯାହା ମହାକୁମ୍ଭ ମେଳା ୨୦୨୫ରେ ଭକ୍ତମାନଙ୍କୁ ଘଟଣାବିଷୟରେ ମାର୍ଗଦର୍ଶନ ଏବଂ ଅପଡେଟ୍ ଦେବା ପାଇଁ ବିବରଣୀ ପ୍ରଦାନ କରିବ । ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x