06 ଜୁନ୍ 2024 ରାତି 8:56 ଦିଲ୍ଲୀ ।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ତାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ସହ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ନିରନ୍ତର ଘନିଷ୍ଠ ଯୋଗାଯୋଗ ର ଆବଶ୍ୟକତା ଉପରେ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି ।
ୟୁକ୍ରେନରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଭାରତର ଲୋକାଭିମୁଖୀ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଆଲୋଚନା ଓ କୂଟନୀତି ପାଇଁ ଭାରତର ଆହ୍ୱାନକୁ ଦୋହରାଇଛନ୍ତି ।
ଦୁଇ ଦେଶର ଜନସାଧାରଣଙ୍କ ହିତ ନିମନ୍ତେ ନୂତନ କ୍ଷେତ୍ରରେ ନିବିଡ଼ ସମ୍ପର୍କ ଜାରି ରଖିବା ଏବଂ ପାରସ୍ପରିକ ଲାଭଦାୟକ ସହଯୋଗକୁ ନୂତନ କ୍ଷେତ୍ରରେ ବିସ୍ତାର କରିବା ର ଆବଶ୍ୟକତା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ ।
ୟୁକ୍ରେନରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଭାରତର ଲୋକାଭିମୁଖୀ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ବିବାଦର ଶୀଘ୍ର, ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ସମସ୍ତ ପ୍ରୟାସକୁ ଭାରତର ସମର୍ଥନ ଦୋହରାଇଥିଲେ |ଅଧିକ ପଢନ୍ତୁ