ପ୍ରଧାନମନ୍ତ୍ରୀ ଗତିଶକ୍ତିଙ୍କ ନେତୃତ୍ୱରେ ନେଟୱାର୍କ ପ୍ଲାନିଂ ଗ୍ରୁପର ୭୨ତମ ବୈଠକରେ ତିନୋଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ

ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ଏନ୍ ପିଜି)ର ୭୨ତମ ବୈଠକ ଜୁନ୍ ୧୨, ୨୦୨୪ରେ ନୂଆଦିଲ୍ଲୀରେ ଡକାଯାଇଥିଲା। ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ)ର ଗୋଟିଏ ଲେଖାଏଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱ ାରୋପ କରାଯାଇଥିଲା। ପିଏମ୍ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ (ଏନ୍ ଏମ୍ ପି)ର ନୀତି ଅନୁଯାୟୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ପ୍ରକଳ୍ପ ମୂଲ୍ୟାୟନ ଏବଂ ସେମାନଙ୍କର ଅନୁମାନିତ ପ୍ରଭାବମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:

୧. ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଜମ୍ମୁ ଓ କଶ୍ମୀରରେ ଜାତୀୟ ରାଜପଥ ପ୍ରକଳ୍ପ

ଏହି ପ୍ରକଳ୍ପରେ ଜାତୀୟ ରାଜପଥ-୭୦୧ର ୫୧ କିଲୋମିଟର ଅଂଶର ରାଫିଆବାଦରୁ ଚାମକୋଟ ପର୍ଯ୍ୟନ୍ତ ନିର୍ମାଣ ଓ ଉନ୍ନତିକରଣ ଅନ୍ତର୍ଭୁକ୍ତ । ଉଭୟ ଗ୍ରୀନଫିଲ୍ଡ (୧୪.୩୪ କିଲୋମିଟର) ଏବଂ ବ୍ରାଉନଫିଲ୍ଡ (୩୬.୬୬ କିଲୋମିଟର) ବିକାଶ ସହିତ ଏହି ପ୍ରକଳ୍ପ ପାଇଁ ୧,୪୦୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ଏହି ଉନ୍ନତ ମାର୍ଗ କୁପଓ୍ଵାରା, ଚୌକିବାଲ ଏବଂ ତଙ୍ଗଧର ଭଳି ଗ୍ରାମଗୁଡିକ ପାଇଁ ଯୋଗାଯୋଗକୁ ଯଥେଷ୍ଟ ବୃଦ୍ଧି କରିବ, ପ୍ରତିରକ୍ଷା ବାହିନୀ ପାଇଁ ଲଜିଷ୍ଟିକ୍ ସହାୟତାରେ ଉନ୍ନତି ଆଣିବ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବ୍ୟବସାୟିକ ସୁଯୋଗକୁ ଉନ୍ନତ ଆକସେସ୍ ପ୍ରଦାନ କରି ସାମାଜିକ-ଅର୍ଥନୈତିକ ସ୍ଥିତିକୁ ପ୍ରୋତ୍ସାହିତ କରିବ ।

୨. ରେଳ ମନ୍ତ୍ରଣାଳୟର ଆନ୍ଧ୍ରପ୍ରଦେଶର ଗୁଡୁର-ରେନିଗୁଣ୍ଟା ତୃତୀୟ ରେଳ ଲାଇନ

ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଗୁଡୁର ଏବଂ ରେନିଗୁଣ୍ଟା ଷ୍ଟେସନ ମଧ୍ୟରେ ଏକ ତୃତୀୟ ରେଳ ଲାଇନ ନିର୍ମାଣ ରେ ବର୍ତ୍ତମାନର ଡବଲ ଲାଇନର କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ୮୩.୧୭ କିଲୋମିଟର ଲାଇନ ଅନ୍ତର୍ଭୁକ୍ତ । ୮୮୪ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ବିଶିଷ୍ଟ ଏହି ପ୍ରକଳ୍ପ ଯାତ୍ରୀ ଓ ମାଲ ପରିବହନ ଦକ୍ଷତା ରେ ଉନ୍ନତି ଆଣିବ ଏବଂ ଏଥିପାଇଁ ୩୬.୫୮ ହେକ୍ଟର ଜମି ର ଆବଶ୍ୟକତା ରହିଛି । ଭିତ୍ତିଭୂମି ଉନ୍ନତୀକରଣ ରେ ନୂତନ ସେତୁ, ସମ୍ପ୍ରସାରିତ ଅଣ୍ଡରପାସ୍ ଏବଂ ଉନ୍ନତ ସିଗ୍ନାଲିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ, ଯାହା ଆଞ୍ଚଳିକ ଅର୍ଥନୈତିକ କାର୍ଯ୍ୟକଳାପକୁ ଯଥେଷ୍ଟ ପ୍ରୋତ୍ସାହିତ କରିବ

୩. ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ)ର ମହାରାଷ୍ଟ୍ରରେ ପୁଣେ ମେଟ୍ରୋ ଲାଇନ୍ ସମ୍ପ୍ରସାରଣ

ଏହି ଏମଓଏଚୟୁଏ ପ୍ରକଳ୍ପର ଲକ୍ଷ୍ୟ ହେଉଛି କାର୍ଯ୍ୟକ୍ଷମ ମେଟ୍ରୋ କରିଡରକୁ ୱାନାଜରୁ ପୁଣେର ରାମୱାଡି ପର୍ଯ୍ୟନ୍ତ ବିସ୍ତାର କରିବା । ଏହି ପ୍ରକଳ୍ପ ରେ ୱାନାଜ-ରାମୱାଡି ମେଟ୍ରୋ କରିଡରର ପୂର୍ବ ଏବଂ ପଶ୍ଚିମ ମୁଣ୍ଡରେ ଦୁଇଟି ଲାଇନର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ । ପଶ୍ଚିମ ଦିଗରେ ବନାଜରୁ ଚନ୍ଦନୀ ଛକ ପର୍ଯ୍ୟନ୍ତ ୧.୧୨ କିଲୋମିଟର ର ସମ୍ପ୍ରସାରଣ ହୋଇଥିବା ବେଳେ ପୂର୍ବ ପାର୍ଶ୍ୱରେ ରାମୱାଡିରୁ ୱାଘୋଲି/ବିଠଲୱାଡି ପର୍ଯ୍ୟନ୍ତ ୧୧.୬୩ କିଲୋମିଟର ଉଚ୍ଚ ସେକ୍ସନ ରହିଛି । ଏହି ଏଲିଭେଟେଡ୍ ମେଟ୍ରୋ କରିଡରର ମୋଟ ଦୈର୍ଘ୍ୟ ୧୨.୭୫ କିଲୋମିଟର ହେବ ଏବଂ ଏଥିପାଇଁ ୩,୭୫୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯିବ।

୨୦୨୭ ସୁଦ୍ଧା ଏହି ଲାଇନ୍ ପାଇଁ ଦୈନିକ ଯାତ୍ରୀ ସଂଖ୍ୟା ୩.୫୯ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଊଛି

୨୦୨୭ ସୁଦ୍ଧା ଏହି ଲାଇନ୍ ପାଇଁ ଦୈନିକ ଯାତ୍ରୀ ସଂଖ୍ୟା ୩.୫୯ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ବେଳେ ୨୦୫୭ ସୁଦ୍ଧା ଏହା ୯.୯୩ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହି ସମ୍ପ୍ରସାରଣ କେନ୍ଦ୍ରୀୟ ପୁଣେକୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଉପାନ୍ତ ଅଞ୍ଚଳ ସହିତ ସଂଯୋଗ କରିବ, ଯାତ୍ରା ସମୟ ଏବଂ ସଡ଼କ ଭିଡ଼ ହ୍ରାସ କରିବ ଏବଂ ସହରର ସାର୍ବଜନୀନ ପରିବହନ ଭିତ୍ତିଭୂମିକୁ ଯଥେଷ୍ଟ ବୃଦ୍ଧି କରିବ ।

ଏହି ବୈଠକରେ ସମସ୍ତ ପ୍ରକଳ୍ପର ସମନ୍ୱିତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ (ଏନଏମପି)ର ସିଦ୍ଧାନ୍ତ ସହ ସମନ୍ୱୟ ପାଇଁ ମୂଲ୍ୟାଙ୍କନ କରାଯାଇଥିଲା

ଏହି ବୈଠକରେ ସମସ୍ତ ପ୍ରକଳ୍ପର ସମନ୍ୱିତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ (ଏନଏମପି)ର ସିଦ୍ଧାନ୍ତ ସହ ସମନ୍ୱୟ ପାଇଁ ମୂଲ୍ୟାଙ୍କନ କରାଯାଇଥିଲା । ସାମାଜିକ-ଅର୍ଥନୈତିକ ଲାଭ, ଉନ୍ନତ ଯୋଗାଯୋଗ, ପରିବହନ ଖର୍ଚ୍ଚ ହ୍ରାସ ଏବଂ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ାରୋପ କରାଯାଇଥିଲା। ସାମଗ୍ରିକ ପରିବହନ ଏବଂ ଲଜିଷ୍ଟିକ୍ ନେଟୱାର୍କକୁ ବୃଦ୍ଧି କରିବା, ମଲ୍ଟିମୋଡାଲ ଏକୀକରଣକୁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ପ୍ରକଳ୍ପଗୁଡିକର ଲକ୍ଷ୍ୟ ।

ଏହି ପ୍ରକଳ୍ପଗୁଡ଼ିକ ରାଷ୍ଟ୍ର ନିର୍ମାଣ, ପରିବହନର ବିଭିନ୍ନ ମାଧ୍ୟମକୁ ସମନ୍ୱିତ କରିବା ଏବଂ ଯଥେଷ୍ଟ ସାମାଜିକ-ଅର୍ଥନୈତିକ ଲାଭ ଏବଂ ସହଜ ଜୀବନଧାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି, ଯାହା ଦ୍ୱାରା ଅଞ୍ଚଳର ସାମଗ୍ରିକ ବିକାଶରେ ସହାୟକ ହେବ । ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x