“ପାଲା “ଓଡିଶା ର ଏକ ବିରଳ ଶିକ୍ଷା ଓ ସଂସ୍କୃତି ଆଦି ପାହାଚ ।

"ପାଲା "ଓଡିଶା ର ଏକ ବିରଳ ଶିକ୍ଷା ଓ ସଂସ୍କୃତି ଆଦି ପାହାଚ ।

ସମଗ୍ର ଭାରତ୍ ବର୍ଷ ଓ ଏହାର ସଂସ୍କୃତି କୁ ଯଦି ବିଶ୍ଳେଷଣ କରା ଯାଏ ତେବେ ଆପଣ ଦେଖିବେ ଏଠାରେ ଅଗଣିତ ଭାଷା ଓ ସଂସ୍କୃତି ,ଚାଲି ଓ ଚଳନୀ ,ବେଶ ଓ ଭୁସା ,ଖାଦ୍ୟ ,ପେୟ ଯଥା ବିଭିନ୍ନ ପ୍ରକାରର ସଙ୍ଗୀତ ଓ ମନରଞ୍ଜନ ଦେଖିବାକୁ ପାଇବେ ।ଆସନ୍ତୁ ଆଜି ଆମ୍ଭେ କେବଳ ଓଡ଼ିଶା ର କଳା ସଂସ୍କୃତି ବିଷୟ ରେ ଜାଣିବା କେମିତି “ପାଲା “ସହ ଲୋକ ମାନ ଙ୍କର ଜୀବନ୍ ଚର୍ଯ୍ୟା ଯୋଡି ଥିଲା ଓ ସେମାନଙ୍କର ଉଚ୍ଚତର ସାହିତ୍ୟ ଜ୍ଞାନ ସର୍ବ ସମ୍ମୁଖ କେମିତି ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥାଏ ତାହା ଏହି ଲେଖାର ବିଷୟ ବସ୍ତୁ ।
ଓଡିଶା ର ସଂସ୍କୃତି ଏକ ଅଦ୍ବିତୀୟ

ଓଡିଶା ର ପୂର୍ବ ସଂସ୍କୃତି ଶିକ୍ଷା କହିଲେ ପାଲା, ଦାସକାଠିଆ,ଚଢ଼େଇଆ ନାଚ , ଗା ହାଣ ଯାତ୍ରା ଇତ୍ୟାଦି କୁ ବୁଝାଏ । ଗାଁ ବରଗଛ ମୂଳେ ଚାଟଶାଳୀ ର ବର୍ଣ୍ଣବୋଧ ସ୍ଵର ଗାଁ ମାଷ୍ଟ୍ରେ ଙ୍କ ପାଠ ପଢା ଏହା ଥିଲା ପାଠ ପଢାର ପ୍ରଥମ ପାହାଚ । ତା ପରେ ଯଦି କାହା ପାଖରେ ଟଙ୍କା ପଇସାରେ ଅଭାବ ନଥିଲା ତେବେ ଜାଇ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ଦୂରଦୂରାନ୍ତର ଯାତ୍ରା କରିବାକୁ ପଡୁଥିଲା ।ବାକି ଯିଏ ପାଠ ପଢିଲା ନାହିଁ ତେବେ ଉଚ୍ଚତର ଶିକ୍ଷା ପାଲା ,ଦାସ କାଠିଆ ଇତ୍ୟାଦି ରୁ ଜ୍ଞାନ୍ ଅର୍ଜନ କରି ପାରୁଥିଲେ ।

ତେବେ ଆସନ୍ତୁ ପାଲା ବିଷୟରେ ଆଲୋଚନା କରିବା କରି ବାକୁ ଯାଉଛୁ ।ପାଲା କହିଲେ ଆପଣ ସାଧାରଣ ତଃ କଣ ବୁଝନ୍ତି । ଦୁଇଟା ଅର୍ଥରେ ଏହି କଥାଟିକୁ ଲୋକ ମାନେ ନେଇଥାନ୍ତି । ପ୍ରଥମ ନେଗେଟିଭ ରେ ନେଲେ ପାଟିତୁଣ୍ଡ ଆଉ ପଜେଟିଭ ରେ ନେଲେ ଗୋଟେ ବିରାଟ ଆଲୋଚନା ବା ପର୍ଯ୍ୟାଲୋଚନା କୁ ବୁଝାଏ । କାରଣ ଆପଣ ପାଲା ନିଶ୍ଚିତ ଦେଖିଥିବେ ପାଲା ରେ କେତେଜଣ ଲୋକ ଥାନ୍ତି କୁହନ୍ତୁ ତ ,କହି ପାରିବେ ନିଶ୍ଚୟ ।ଅତି ବେଶୀ ରେ ଆଠ ଜଣ ନୂହେଁ କି ,ଆଉ ସେମାଙ୍କର କାମ କଣ ? ସେମାଙ୍କ ମଧ୍ୟରୁ ଜଣେ ଗାହାଣିଆ ,ଜଣେ ପାଳିଆ ,ଜଣେ ବାହାଣିଆ(ମୃଦଙ୍ଗ ବାଦକ )ଓ ବାକି ସବୁ କର୍ତ୍ତାଲିଆ । ଗାହାଣିଆ ର କାମ ତଥ୍ୟ ବା ଜ୍ଞାନ୍ ଉପସ୍ଥାପନା , ଓ ଶେଷ ରେ ତାହା କୁ ସିଦ୍ଧାନ୍ତ ରେ ପ୍ରତିପାଦନ କରି ଦର୍ଶକଙ୍କୁ ବିଭୋର କରିଦିଅନ୍ତି ।ତେଣୁ ସେହି ତଥ୍ୟ କୁ ଲୋକ ମାନଙ୍କ ହୃଦୟ ସ୍ପର୍ଶି କରିବା ପାଇଁ ବିଭିନ୍ନ ପ୍ରକାରର ଆଳି ଅଳଙ୍କାର ସବୁ ସେ ବ୍ୟବହାର କରନ୍ତି ।

କଣ ସେ ଅଳଙ୍କାର ନା ବିଭନ୍ନ ଢଗ୍ ,ଚଉପଦୀ, ବିଭିନ୍ନ କବି ମାନଙ୍କର ପଂକ୍ତି ,ଓ ଲେଖକ ମାନଙ୍କର ସାରକଥା ଓ ଲୋକ କଥା ଇତ୍ୟାଦି ସେ ବ୍ୟବହାର କରି ଗୋଟେ କଉତୁକିଆ ମାହଲ ସ୍ରୁଷ୍ଟି କରନ୍ତି ଫଳରେ ଦର୍ଶକ ସେ ସ୍ଥାନ ଛାଡି ଯାଆନ୍ତି ନାହିଁ ।ପାଳିଆ ମୋହଦୟ ଙ୍କ କାମ କଣ ବିଭିନ୍ନ ଉକ୍ତି କୁ ଜାଣି ଶୁଣି ନେଗେଟିଭ କରନ୍ତି କାରଣ ଅନ୍ୟ ପକ୍ଷରେ ସେ ପରୋକ୍ଷରେ ଦର୍ଶକ ଙ୍କ କଥା କୁ ନିଜେ କହନ୍ତି ନ ବୁଝି ପାରିଲା ଭଳି ।ଭଲ କମେଡି ମଧ୍ୟ କରନ୍ତି ତା ସହ ସଙ୍ଗୀତ ଓ ଅନ୍ୟ ସହଯୋଗୀ ବାଦ୍ୟକାର ମାନଙ୍କର ସହଯୋଗରେ ପରିବେଶ ବହୁତ୍ ମନମୁଗ୍ଧକର ହୋଇ ଯାଏ ଓ ପାଠକ ମାନେ (ଶ୍ରୁତା )ବିଲକୁଲ ଖୁସି ହୋଇ ଜ୍ଞାନ ଆହରଣ କରିବାକୁ ବାଧ୍ୟ ହୁଏ l ସେଇଠି ସେ ଶିକ୍ଷା ଲାଭ କରେ ଓ ନିଜ କୁ ସୁଧାରିବା ପାଇଁ ଜ୍ଞାନ୍ ପାଏ ।ଏହି ଅନୁଷ୍ଠାନ କେବଳ ଓଡ଼ିଶା ରେ ଭାରତ ରେ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ଦେଖା ଦେଇଥାଏ ।

ଶେଷରେ ଗୋଟିଏ ଶବ୍ଦ କୁହାଯାଏ ଯେ ପୁରାତନ ସମୟରେ ଓଡିଶା ରେ ପାଲା ଶିକ୍ଷା ଲାଭରେ ପ୍ରାଥମିକ ପାହାଚ କହିଲେ ଅତ୍ୟୁକ୍ତି ହେବ ନାହିଁ ।

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x