ନିର୍ମାଣ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ

ବିଷୟ: ସାମ୍ବାଦିକ ସୁରକ୍ଷା ଆଇନ କେତେ ଜରୁରୀ ବାବଦରେ ସରକାର ଧ୍ୟାନ ଦେବେ କି ?

ବାହାନଗା ବ୍ଲକ ସାମ୍ବାଦିକ ସଂଘ ମିଳିତ ସହଯୋଗରେରେ ଓୟୁଜେ ର ବ୍ଲକ ସ୍ତରୀୟ କର୍ମଶାଳା ବାହନଗା ବ୍ଲକ କଲ୍ୟାଣୀ ଗ୍ରାମ ପଞ୍ଚାୟତ ରେ ଅନୁଷ୍ଟିତ ହୋଇଯାଇଛି ।

ସାମ୍ବାଦିକ ସୁରକ୍ଷା ଆଇନ କେତେ ଜରୁରୀ
ସାମ୍ବାଦିକ ମାନେ ନିରପେକ୍ଷ ଭାବେ ସତ୍ୟନିଷ୍ଟ ସମ୍ବାଦ ପରିବେଷଣ କରିବା ଯେ ବର୍ତମାନ୍ ସମୟରେ କେତେ ଜଟିଳ ତାହା ସେହି ସାମ୍ବାଦିକ ହିଁ ଅନୁଭବ କରିପାରିବ ।

କେତେ ଘାତ ପ୍ରତିଘାତ କୁ ଖାତିର ନ କରି ପରିବାର କୁ ପଛରେ ପକେଇ ସେ ମାଡିଚାଲିଛି ଏ ଜନତା ର ସେବାରେ ତେଣୁ ତାର ସୁରକ୍ଷା କଥା କେହି କେବେ ଥରେ ଟିଏ ଚିନ୍ତା କରନ୍ତି ନାହିଁ । ତେଣୁ ସୁରକ୍ଷା ଆଳରେ କର୍ତ୍ତବ୍ୟ ଚ୍ୟୁତ ନ ହୋଇ ଜନତାଙ୍କ ବିଶ୍ୱାସ କୁ ବଜାୟ ରଖିବାକୁ ବହୁ ବିଶିଷ୍ଟ ବ୍ୟକ୍ତ ଏହି କର୍ମଶାଳାରେ ମତ ବ୍ୟକ୍ତ କରିଛନ୍ତି।

ସାମ୍ବାଦିକଙ୍କ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ସୁରକ୍ଷା ଆଇନ ଓ ଭତ୍ତା ବ୍ୟବସ୍ଥା କରିବା ଜରୁରୀ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ

ସାମ୍ବାଦିକଙ୍କ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ସୁରକ୍ଷା ଆଇନ ଓ ଭତ୍ତା ବ୍ୟବସ୍ଥା କରିବା ଜରୁରୀ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ।।ଆଜି ଓଡିଶା ସାମ୍ବାଦିକ ୟୁନିଅନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ବାହାନଗା ବ୍ଲକ ର କଲ୍ୟାଣୀ ନିଗମାନନ୍ଦ ସାରସତ୍ଵ ସଂଘ ପରିସରରେ ସାମ୍ବାଦିକଙ୍କ ସୁରକ୍ଷା କେତେ ଜରୁରୀ ଶୀର୍ଷକ କର୍ମଶାଳା ରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗଦେଇ ନିଜର ସୁଚିନ୍ତିତ ମତ ଦେଇଥିଲେ। ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ ପାଇଁ ଯେତେ ତତ୍ପର ଥାଆନ୍ତି ନିଜର ଦାବି ଉପସ୍ଥାପନ ପାଇଁ ସଂଘବଦ୍ଧ ଭାବେ ସେତେ ଆଗ୍ରହୀ ନ ଥିବାରୁ ଆଜି ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ ରମଣୀ କାନ୍ତ ମିଶ୍ର କହିଲେ ଯେ, ଜନ ଜାଗରଣ ସହ ସମ୍ବାଦ ପତ୍ରରେ ଏଥିପାଇଁ ଜନମତ ସଂଗ୍ରହ ହେବା ଦରକାର । ନାଟ୍ୟକାର ଅନିରୁଦ୍ଧ ବାରିକ ତାଙ୍କ ଜୀବନରେ ସାମ୍ବାଦିକଙ୍କ ସହ ଅଙ୍ଗେ ଲିଭା ଅନୁଭୂତି ବର୍ଣ୍ଣନା କରିଥିଲେ।

ପରିବେଶ ବିତ କୃତିବାସ ବେଜ କହିଲେ ଯେ ଓୟୁଜେ ର ଏହି ପ୍ରୟାସ ସ୍ବାଗତ ଯୋଗ୍ୟ।

ପରିବେଶ ବିତ କୃତିବାସ ବେଜ କହିଲେ ଯେ ଓୟୁଜେ ର ଏହି ପ୍ରୟାସ ସ୍ବାଗତ ଯୋଗ୍ୟ। ବୃହତ୍ତର ସ୍ବାର୍ଥ ସମ୍ବଳିତ ଚିନ୍ତାଧାରା ର ସୃଷ୍ଟି ଅଳ୍ପ ଲୋକଙ୍କ ଦ୍ୱାରା ଆରମ୍ଭ ହୋଇ ସମଗ୍ର ମାନବ ସମାଜ କୁ ବ୍ୟାପ୍ତ ହୋଇଥାଏ।, ରୁଗୁଣ ମାନସିକତା ଠାରୁ ଉର୍ଦ୍ଧ୍ବରେ ରହି ସାମ୍ବାଦିକ ନ୍ୟାୟବାନ ଓ ଦୃଢ଼ ମନା ହେବା ଉଚିତ।

ସରପଞ୍ଚ ସତ୍ୟନାରାୟଣ ଦାସ ଓ ଅଟଳ ବିହାରୀ ରାଉତ କହିଲେ ଯେ,ବର୍ତ୍ତମାନ ସମାଜ ରେ ଅପରାଧିକ ତତ୍ତ୍ଵ ଙ୍କ ସଂଖ୍ୟା ସବୁ କ୍ଷେତ୍ରରେ ବୃଦ୍ଧି ପାଇଥିବାରୁ ସମାଜରେ ବିଶୃଙ୍ଖଳା ବୃଦ୍ଧି ପାଇଛି।, ସାମ୍ବାଦିକ ମାନେ ଏଥିପ୍ରତି ସଜାଗ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଘର ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ,ଜୋନାଲ ସମ୍ପାଦକ ରବୀନ୍ଦ୍ର ମହାକୁଡ , ନିଗମାନନ୍ଦ ସାରସତ୍ଵ ସଂଘ ର ସଭାପତି ଚକ୍ରଧର ବିଶ୍ୱାଳ,ଓ ଉପସଭାପତି ବଂଶୀଧର ପାଢ଼ୀ ପ୍ରମୁଖ ଉଦବୋଧନ ଦେଇଥିଲେ।

ଶେଷରେ ସଭ୍ୟ ରଣଜିତ କୁମାର ଦାସ ଧନ୍ୟବାଦ ଦେଇଥିଲେ।

ଶେଷରେ ସଭ୍ୟ ରଣଜିତ କୁମାର ଦାସ ଧନ୍ୟବାଦ ଦେଇଥିଲେ। ସଦସ୍ୟ ଅରୂପ କୁମାର ଦାସ ସୋମନାଥ ସାହୁ, ଶିଶିର ରାୟ, କାର୍ତ୍ତିକ ଚନ୍ଦ୍ର ରଣା, ହରେକୃଷ୍ଣ ଦାଶ, ବସନ୍ତ କୁମାର ଦାସ, ସଞ୍ଜୟ କୁମାର ଦାସ, ସୁରଥ କୁମାର ବେହେରା, ସରୋଜ କୁମାର ଦାସ, ରବୀନ୍ଦ୍ର କୁମାର ଦତ୍ତ ,ରମେଶ ଚନ୍ଦ୍ର ଦାସ ,ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x