ନିଟ୍ ପିଜି ପରିକ୍ଷା ୨୦୨୪ ଆଜି ଦେଶର ୧୭୦ଟି ସହରରେ ସଫଳତାର ସହ ଅନୁଷ୍ଠିତ ହୋଇଛି

୨,୨୮,୫୪୦ ଜଣ ପରୀକ୍ଷାର୍ଥୀଙ୍କୁ ଏନବିଇଏମଏସ ଦ୍ୱାରା ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥିଲା

ଏହି ଉଚ୍ଚସ୍ତରୀୟ ପରୀକ୍ଷାକୁ ସୁରକ୍ଷିତ ଓ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନିଆଯାଇଛି ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱୟଂଶାସିତ ସଂସ୍ଥା ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍) ପକ୍ଷରୁ ନିଟ୍ ପିଜି ୨୦୨୪ ର ସଫଳ ଆୟୋଜନ କରାଯାଇଛି।

ନିଟ୍ ପିଜି ୨୦୨୪ ୧୭୦ଟି ସହରର ୪୧୬ଟି କେନ୍ଦ୍ରରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଦିନରେ ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଯେପରି ପରୀକ୍ଷା ପାଇଁ ଶ୍ରେଷ୍ଠ ଓ ପ୍ରତିଷ୍ଠିତ କେନ୍ଦ୍ର ଚୟନ କରାଯାଇପାରିବ। ଏନବିଇଏମଏସ ଦ୍ୱାରା ୨,୨୮,୫୪୦ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥିଲା। ପରୀକ୍ଷାର୍ଥୀମାନଙ୍କୁ ଯଥାସମ୍ଭବ ସେମାନଙ୍କ ରାଜ୍ୟ ଭିତରେ ପରୀକ୍ଷା କେନ୍ଦ୍ର ଆବଣ୍ଟନ କରାଯାଇଥିଲା

ନିଟ୍ ପିଜିକୁ ସୁରକ୍ଷିତ ଏବଂ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏନବିଇଏମଏସ ଏହାର ଦ୍ୱାରକା କାର୍ଯ୍ୟାଳୟ, ଦିଲ୍ଲୀରେ ଏକ କେନ୍ଦ୍ରୀୟ କମାଣ୍ଡ ସେଣ୍ଟର ସ୍ଥାପନ କରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗଭର୍ଣ୍ଣିଂ ବଡି ଏନବିଇଏମଏସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନବିଇଏମଏସର ଅଧିକାରୀମାନେ ସେମାନଙ୍କ ଟିମ୍ ସହିତ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ଉପରେ ତୀକ୍ଷ୍ଣ ନଜର ରଖିଥିଲେ।

ନିଟ୍ ପିଜି ପରିଚାଳନା ର ତଦାରଖ ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୧୯୫୦ରୁ ଅଧିକ ସ୍ୱାଧୀନ ମୂଲ୍ୟାଙ୍କନକାରୀ ଏବଂ ୩୦୦ ଫ୍ଲାଇଂ ସ୍କ୍ୱାଡ୍ ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା | ଦେଶବ୍ୟାପୀ ପରୀକ୍ଷା ପରିଚାଳନାର ତଦାରଖ ପାଇଁ ୮ଟି ଆଞ୍ଚଳିକ କମାଣ୍ଡ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା |

ପରୀକ୍ଷା ବିଷୟରେ କୌଣସି ଭୁଲ ସୂଚନା କୁ ରୋକିବା ପାଇଁ, ଏନବିଇଏମଏସ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଥିଲା ଏବଂ ଅଂଶୀଦାରମାନଙ୍କୁ କେବଳ ପ୍ରାମାଣିକ ସୂଚନା ପ୍ରଦାନ କରିବା ସୁନିଶ୍ଚିତ କରିଥିଲା ।

ବିଭିନ୍ନ ଏଜେନ୍ସି ମଧ୍ୟରେ ଘନିଷ୍ଠ ସମନ୍ୱୟ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନିଟ୍ ପିଜିକୁ ସୁରକ୍ଷିତ ଓ ସୁରୁଖୁରୁରେ ପରିଚାଳନା କରିବା ଦ୍ୱାରା ଏହି ପରୀକ୍ଷାର ସଚ୍ଚୋଟତା ବଜାୟ ରହିଛି। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x