ନାଗରିକତା ନିୟମ ରେ ବଡ ପରିବର୍ତ୍ତନ କରିଛନ୍ତି କାନାଡା ସରକାର

କାନାଡା ସରକାର ନାଗରିକତା ଆଇନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯଦି କୌଣସି କାନାଡା ନାଗରିକଙ୍କ ସନ୍ତାନ ଅନ୍ୟ ଦେଶରେ ଜନ୍ମ ହୁଏ ତେବେ ସେ ମଧ୍ୟ କାନାଡାର ନାଗରିକତା ପାଇପାରିବେ । କାନାଡାର ଇମିଗ୍ରେସନ ମନ୍ତ୍ରୀ ମାର୍କ ମିଲର ଏକ ବିବୃତି ରେ କହିଛନ୍ତି ।

ବାସ୍ତବରେ କାନାଡା ସରକାର ୨୦୦୯ରେ ନାଗରିକତା ଆଇନରେ ସଂଶୋଧନ କରିଥିଲେ। ତେବେ ଏବେ କାନାଡା ସରକାର ବଂଶୋଦ୍ଭବ ଆଧାରରେ ନାଗରିକତା ପାଇଁ ଆଇନ ପ୍ରଣୟନ କରିଛନ୍ତି । ମାର୍କ ମିଲରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଏହି ଆଇନ ଅନୁଯାୟୀ, ବଂଶ ଭିତ୍ତିରେ ଏହି ଆଇନ ପ୍ରଥମ ପିଢ଼ିରୁ ଦ୍ବିତୀୟ ପିଢ଼ି ପର୍ଯ୍ୟନ୍ତ ଚାଲୁ ହେବ। ଏହି ଆଇନକୁ ବିଭିନ୍ନ ଦେଶର ପ୍ରବାସୀ ମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନ ଆଇନ ଅନୁଯାୟୀ

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନ ଆଇନ ଅନୁଯାୟୀ, ୨୦୦୯ ପରେ ବିଦେଶରେ ଯେଉଁ ସନ୍ତାନମାନେ ଜନ୍ମ ହୋଇଥିବେ ସେମାନଙ୍କ ଙ୍କୁ କାନାଡାବାଶୀ ଭାବରେ କାନାଡାର ନାଗରିକତ୍ୱ ମିଳିବ । ଏହି ନିୟମ ପୂର୍ବରୁ ନ ଥିଲା କିନ୍ତୁ ଏବେ ଏହା କାନାଡା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଇମିଗ୍ରେସନ ସର୍ଭିସ ଫାର୍ମର ପ୍ରତିଷ୍ଠାତା କେନ୍ ନିକେଲ-ଲେନ୍ଙ୍କ କହିଛନ୍ତି ଏହି ଆଇନରେ ସଂଶୋଧନ ଅଣ-ନିବାସୀ ଭାରତୀୟମାନଙ୍କୁ ଅଧିକ ଲାଭଦାୟକ ହେବ

 

ଇମିଗ୍ରେସନ ସର୍ଭିସ ଫାର୍ମର ପ୍ରତିଷ୍ଠାତା କେନ୍ ନିକେଲ-ଲେନ୍ଙ୍କ କହିଛନ୍ତି ଏହି ଆଇନରେ ସଂଶୋଧନ ଅଣ-ନିବାସୀ ଭାରତୀୟମାନଙ୍କୁ ଅଧିକ ଲାଭଦାୟକ ହେବ , କାରଣ କାନାଡାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଅଧିକ। ତାଙ୍କର୍ କହିବା କଥା ଯେ ଏହି ଆଇନର ଉଦ୍ଦେଶ୍ୟ ହେଉଛି କାନାଡା ସହିତ ସମ୍ପର୍କ ରଖିଥିବା ଅନ୍ୟ ଦେଶ ର ନାଗରିକ ଯିଏ କାନାଡା ସହ ସମ୍ପର୍କରେ ଅଛନ୍ତି ଏଠାରେ ନାଗରିକତା ପାଇପାରିବେ ।

ଏହା ପରିବାର ଉପରେ ଏକ ଅଗ୍ରହଣୀୟ ପ୍ରଭାବ ତାହା ନୁହେ ବରଂ ପ୍ରବାସୀ ଜୀବନ ପସନ୍ଦକୁ ପ୍ରଭାବିତ କରିବ

କାନାଡାର ଇମିଗ୍ରେସନ ମନ୍ତ୍ରୀ ମାର୍କ ମିଲର କହିଛନ୍ତି ଯେ ଏହି ନିୟମ ଅନୁଯାୟୀ ସାଧାରଣତଃ ପ୍ରଥମ ପିଢ଼ିକୁ ବଂଶୋଦ୍ଭବ ନାଗରିକତା ସୀମିତ କରିଥିଲା କିନ୍ତୁ ଏବେ ଏହା କିଛି ଲୋକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଯେଉଁମାନଙ୍କର କାନାଡା ସହିତ ପ୍ରକୃତ ସମ୍ପର୍କ ଅଛନ୍ତି ସେମାନେ ଉପକୃତ ହେବେ । ଏହା ପରିବାର ଉପରେ ଏକ ଅଗ୍ରହଣୀୟ ପ୍ରଭାବ ତାହା ନୁହେ ବରଂ ପ୍ରବାସୀ ଜୀବନ ପସନ୍ଦକୁ ପ୍ରଭାବିତ କରିବ | ଏହି ପରିବର୍ତ୍ତନଗୁଡିକ ଅନ୍ତର୍ଭୁକ୍ତ କେବଳ କାନାଡାର ନାଗରିକତ୍ୱର ମୂଲ୍ୟକୁ ସୁରକ୍ଷିତ କରିବା ପାଇଁ ଉଦ୍ଦିଷ୍ଟ, କାରଣ ଆମେ ନାଗରିକତା ପ୍ରକ୍ରିୟାକୁ ଯଥାସମ୍ଭବ ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

 

୨୦୦୯ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପିଲାମାନେ ଯେଉଁମାନେ କଞ୍ଜର୍ଭେଟିଭ୍ ସରକାରଙ୍କ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥିଲେ ସେମାନଙ୍କୁ ଲିବରାଲ ଆଇନ ଅନୁଯାୟୀ ସ୍ୱୟଂଚାଳିତ ନାଗରିକତା ଅଧିକାର ମିଳିବ ।

କାନାଡା ସରକାର ଏକ ନିର୍ଦ୍ଦିଷ୍ଟ ବର୍ଗର ବିଦେଶୀମାନଙ୍କ ପାଇଁ କାନାଡାର ନାଗରିକତା ଉପଲବ୍ଧ କରାଇବା ସମ୍ପର୍କରେ ଏକ ନୂଆ ନିଷ୍ପତ୍ତି ଆଣିବାକୁ ସ୍ଥିର କରିଛନ୍ତି ଯାହା “ନିଖୋଜ କାନାଡିଆନ” ଙ୍କୁ ସାହାଯ୍ୟ କରିବ ।

୨୦୦୯ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପିଲାମାନେ ଯେଉଁମାନେ କଞ୍ଜର୍ଭେଟିଭ୍ ସରକାରଙ୍କ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥିଲେ ସେମାନଙ୍କୁ ଲିବରାଲ ଆଇନ ଅନୁଯାୟୀ ସ୍ୱୟଂଚାଳିତ ନାଗରିକତା ଅଧିକାର ମିଳିବ ।

ଏହି ନିୟମ ଲାଗୁ ହେବା ପରେ ଜନ୍ମ ହୋଇଥିବା ପିଲାଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ପରୀକ୍ଷା କରାଯାଇ ନାଗରିକତ୍ୱ ପ୍ରଦାନ କରାଯିବ । ଅଧିକ ପଢନ୍ତୁ 

ଏହି ବିଲ  ଆଗତ ହେବା ପରେ ସଚିବ ମିଲର୍ ସ୍ପଷ୍ଟ କହିଛନ୍ତି ଯେ, ଏହି ବିଲ୍ କାର୍ଯ୍ୟକାରୀ ହେଲେ ପ୍ରଥମ ପିଢ଼ିର ସୀମା ବଦଳାଇ ଆମ ଦେଶ ସହ ସ୍ପଷ୍ଟ ସମ୍ପର୍କର ଆକଳନ କରି ନାଗରିକତା ସୁନିଶ୍ଚିତ କରିବା ପାଇଁ ଏକ ବିଲ୍ନୂଆ ଉପାୟ ପ୍ରତିଷ୍ଠା ହେବ

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x