ଏନଏଫଏସଏ ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ) ଅଧୀନରେ ଗ୍ରାମୀଣ ଜନସଂଖ୍ୟାର ୭୫% ଏବଂ ସହରାଞ୍ଚଳ ଜନସଂଖ୍ୟାର ୫୦% ଏବଂ ପ୍ରାଥମିକପରିବାରକୁ ଅନ୍ତର୍ଭୁକ୍ତ କରେ ।
ସବୁଠାରୁ ଗରିବ ପରିବାର ଏଏୱାଇ ପରିବାର ମାସକୁ ପରିବାର ପିଛା ୩୫ କେଜି ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ପ୍ରାଥମିକପରିବାର ମାସକୁ ବ୍ୟକ୍ତି ପିଛା ୫ କେଜି ଖାଦ୍ୟଶସ୍ୟ ପାଇବାକୁ ହକଦାର । ଗ୍ରାମୀଣ ଏବଂ ସହରାଞ୍ଚଳରେ ସର୍ବଭାରତୀୟ କଭରେଜ୍ ୭୫% ଏବଂ ୫୦% ସହିତ ସମାନ, ୨୦୧୧-୧୨ ପାଇଁ ଏନଏସଏସଓର ଘରୋଇ ଉପଭୋକ୍ତା ସର୍ବେକ୍ଷଣ ତଥ୍ୟ ବ୍ୟବହାର କରି ତତ୍କାଳୀନ ଯୋଜନା ଆୟୋଗ (ବର୍ତ୍ତମାନ ନୀତି ଆୟୋଗ) ଦ୍ୱାରା ଏନଏଫଏସଏ ଅଧୀନରେ ରାଜ୍ୟସ୍ତରୀୟ କଭରେଜ୍ ନିର୍ଦ୍ଧାରଣ କରାଯାଇଛି ।
ମୁଖ୍ୟ ଆକର୍ଷଣ ବିଷୟ ଗୁଡିକ କଣ ଆସନ୍ତୁ ଦେଖିବା
ଏହି ଆଇନର ଧାରା ଅନୁସାରେ ସେହିଥିରେ ୧୦ ରେ ବ୍ୟବସ୍ଥା ରହିଛି ଯେ ଟିପିଡିଏସ୍ ଅଧୀନରେ କଭରେଜ୍ ପାଇଁ ନିର୍ଦ୍ଧାରିତ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟରେ ରାଜ୍ୟ ସରକାର ଉକ୍ତ ଯୋଜନାରେ ପ୍ରଯୁଜ୍ୟ ମାର୍ଗଦର୍ଶିକା ଅନୁଯାୟୀ ଏଏୱାଇ ଅଧୀନରେ ଥିବା ପରିବାରଗୁଡ଼ିକୁ ଚିହ୍ନଟ କରିବେ ଏବଂ ଅବଶିଷ୍ଟ ପରିବାରଗୁଡ଼ିକୁ ଟିପିଡିଏସ୍ ଅଧୀନରେ ଅନ୍ତର୍ଭୁକ୍ତ ହେବାକୁ ପ୍ରାଥମିକତା ପରିବାର ଭାବରେ ଚିହ୍ନଟ କରାଯାଇପାରିବ ।
ଆଇସିଡିଏସ ଅଧୀନରେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା' ଏବଂ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ।
ପିଡିଏସ୍ ଅଧୀନରେ ଅତ୍ୟଧିକ ରିହାତି ଯୁକ୍ତ ଖାଦ୍ୟଶସ୍ୟ
ଆଇସିଡିଏସ ଅଧୀନରେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ଏବଂ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ।
ଏମଡିଏମ ଅଧୀନରେ ୬-୧୪ ବର୍ଷ ବୟସର ପିଲାଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ।
ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ୬୦ ଟଙ୍କାର ମାତୃତ୍ୱ ସୁବିଧା ଉପରୋକ୍ତ ନିୟମାବଳୀ ରୁ ଜାଣିହେବ ଯେ କେଉଁ ମାନେ ଏହି ଯୋଜନାରେ ସାମିଲ କରାଯିବ ।
ଡିଟିଟାଲ ରେସନ୍ କାର୍ଡ (NFSA)ଅଧୀନରେ କିପରି ନୂତନ କାର୍ଡ ଆବେଦନ କରିବେ
ରାସନ କାର୍ଡ ପାଇଁ ଅନଲାଇନରେ କିପରି ଆବେଦନ କରିବେ?
1. ପ୍ରଥମେ ନିଜ ନିଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଲଗଇନ୍ କରନ୍ତୁ ।Nfsa.gov.in ମାଧ୍ୟମରେ ଖାଦ୍ୟ ପୋର୍ଟାଲ
2.ଏହାପରେ ଆପଣଙ୍କ ସ୍କ୍ରିନର ବାମ ପାର୍ଶ୍ୱ ଥିବା ବଟନ ରେ ଆବେଦନ ଉପରେ କ୍ଲିକ କରନ୍ତୁ ।
3.ନୂଆ ଇସ୍ୟୁ ଉପରେ କ୍ଲିକ୍ କରନ୍ତୁ ।
4.ପଚରାଯାଇଥିବା ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ।
5. ଆବଶ୍ୟକୀୟ ଡକ୍ୟୁମେଣ୍ଟ ସ୍କାନ୍ କରି ସଂଯୋଗ କରନ୍ତୁ ।
ପ୍ରମାଣ ସ୍ୱରୂପ ଦସ୍ତାବିଜ ।
1.ଆବେଦନ ପୂରଣ କରିବା ପରେ
ଡକ୍ୟୁମେଣ୍ଟ ଅପଲୋଡ୍ କରିବା ଉପରେ କ୍ଲିକ୍ କରନ୍ତୁ ।
2.ଏହା ସରିବା ପରେ ଆପଣ ଫର୍ମ କୁ ଟ୍ରାକ୍ କରିପାରିବେ ।
ଅନ୍ଲାଇନ୍ ଆବେଦନ ପାଇଁ ୱେବସାଇଟରେ ।