ନିକଟରେ କେତେକ ପ୍ରତିଯୋଗିତାମୂଳକ ପରୀକ୍ଷାର ସଚ୍ଚୋଟତାକୁ ନେଇ ଆସିଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାର ଦୃଢତାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୩, ୨୦୨୪ରେ ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯଥାଶୀଘ୍ର ଏହି ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ।
ଛାତ୍ରଛାତ୍ରୀଙ୍କ ଅସୁବିଧା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗଭୀର ଦୁଃଖ ପ୍ରକାଶ କରିଛି। ଛାତ୍ରଛାତ୍ରୀଙ୍କ ହିତ ଓ ପରୀକ୍ଷା ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ