ସଦ୍ୟତମ ଅର୍ଥନୈତିକ ସର୍ବେକ୍ଷଣ ୨୦୨୩-୨୪ରେ ଦର୍ଶାଯାଇଛି ଯେ ୨୦୩୦ ସୁଦ୍ଧା ଭାରତର ୪୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ସହରାଞ୍ଚଳରେ ବାସ କରିବେ। ନୀତି ଆୟୋଗର ଅଧ୍ୟୟନ ଓ ରିପୋର୍ଟ ଆଧାରରେ ଏହି ଆକଳନ କରାଯାଇଛି।
ଏହାବ୍ୟତୀତ, ସ୍ଥାନାନ୍ତର ସମ୍ପର୍କିତ ସୂଚନା ବିଷୟରେ କହିବାକୁ ଗଲେ, ଜୁଲାଇ ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରଣାଳୟ (ଏମଓଏସପିଆଇ) ଦ୍ୱାରା କରାଯାଇଥିବା ପିରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ)ରେ, ପରିବାରସଦସ୍ୟଙ୍କ ସ୍ଥାନାନ୍ତର ବିବରଣୀ ଉପରେ ସୂଚନା ସଂଗ୍ରହ କରାଯାଇଛି। ଚାରି ପ୍ରକାର ଗ୍ରାମୀଣ-ସହରାଞ୍ଚଳ ସ୍ଥାନାନ୍ତର ଧାରା (ଯଥା ଗ୍ରାମାଞ୍ଚଳରୁ ଗ୍ରାମାଞ୍ଚଳ, ଗ୍ରାମାଞ୍ଚଳରୁ ସହରାଞ୍ଚଳ, ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଓ ସହରାଞ୍ଚଳରୁ ସହରାଞ୍ଚଳକୁ) ଦ୍ୱାରା ଆଭ୍ୟନ୍ତରୀଣ ପ୍ରବାସୀଙ୍କ ପ୍ରତିଶତ ନିମ୍ନଲିଖିତ ସାରଣୀରେ ଦିଆଯାଇଛି। ଅଧିକ ପଢନ୍ତୁ