ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ (କିର୍ତି )KIRTI କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିଆଙ୍କ ଠାରୁ ନୂତନ ପ୍ରୋତ୍ସାହନ ମିଳିବ

ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ (କିର୍ତି )KIRTI କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିଆଙ୍କ ଠାରୁ ନୂତନ ପ୍ରୋତ୍ସାହନ ମିଳିବ

ପ୍ୟାରିସ୍ ଅଲିମ୍ପିକ୍ସ ପାଖେଇ ଆସୁଥିବା ବେଳେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଓ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟାଙ୍କ ନେତୃତ୍ବରେ ସରକାରଙ୍କ ମହତ୍ୱାକାଂକ୍ଷୀ ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ (କିର୍ତି) କାର୍ଯ୍ୟକ୍ରମକୁ ନୂଆ ପ୍ରୋତ୍ସାହନ ମିଳିବ। ଆସନ୍ତାକାଲି ସେ ନୂଆଦିଲ୍ଲୀରେ ଏହି ପଦକ୍ଷେପର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ । ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧୨ତାରିଖରେ ଚଣ୍ଡିଗଡ଼ରେ ପ୍ରଥମ ପର୍ଯ୍ୟାୟ ଆଇପିଏଲ୍ ଆରମ୍ଭ ହୋଇଥିଲା।

ଆର୍ଥିକ ବର୍ଷରେ ସମସ୍ତ ରାଜ୍ୟକୁ ସଂଯୋଗ କରି ଜିଲ୍ଲାକୁ ମୂଲ୍ୟାୟନର ଏକକ ଭାବରେ ବିବେଚନା କରି ୨୦ ଲକ୍ଷ ଆକଳନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା

୨୦୨୪-୨୫ ଆର୍ଥିକ ବର୍ଷରେ ସମସ୍ତ ରାଜ୍ୟକୁ ସଂଯୋଗ କରି ଜିଲ୍ଲାକୁ ମୂଲ୍ୟାୟନର ଏକକ ଭାବରେ ବିବେଚନା କରି ୨୦ ଲକ୍ଷ ଆକଳନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଏହି ପ୍ରକଳ୍ପ ଉପରେ ଡ. ମାଣ୍ଡଭିଆ ଗୁରୁତ୍ୱ ଦେବେ। ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ବ୍ୟାପକ ଅଂଶଗ୍ରହଣ ମାଧ୍ୟମରେ ଦେଶର ପ୍ରତ୍ୟେକ ପିଲାଙ୍କ ପାଖରେ କ୍ରୀଡ଼ାକୁ ପହଞ୍ଚାଇବା ଏବଂ ଶେଷରେ ଖେଲୋ ଇଣ୍ଡିଆର ସଂଗଠିତ ପିରାମିଡାଲ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କର୍ଷତା ହାସଲ କରିବାର ଲକ୍ଷ୍ୟ ସହିତ ସମାନ ।

ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ (କିର୍ତି )KIRTI କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିଆଙ୍କ ଠାରୁ ନୂତନ ପ୍ରୋତ୍ସାହନ ମିଳିବ

ପ୍ରଥମ ପର୍ଯ୍ୟାୟରେ ୭୦ଟି କେନ୍ଦ୍ରରେ ୩ ଲକ୍ଷ ୬୨ ହଜାର ୬୮୩ ପଞ୍ଜୀକରଣ ହୋଇଥିବା ବେଳେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପାଖାପାଖି ୫୧ ହଜାର ପଞ୍ଜୀକରଣ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୭୦ଟି କେନ୍ଦ୍ରରେ ୩ ଲକ୍ଷ ୬୨ ହଜାର ୬୮୩ ପଞ୍ଜୀକରଣ ହୋଇଥିବା ବେଳେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପାଖାପାଖି ୫୧ ହଜାର ପଞ୍ଜୀକରଣ ହୋଇଛି। ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସବୁବେଳେ ଭଲ ପ୍ରଦର୍ଶନ କରିଥିବା ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣାରେ ସର୍ବାଧିକ ମୂଲ୍ୟାୟନ ଯଥାକ୍ରମେ ୯୧୬୮ ଓ ୪୮୨୦ ରହିଛି। ଆସାମ ୪୭୦୩ ମୂଲ୍ୟାୟନ ସହ ତୃତୀୟ ସ୍ଥାନରେ ରହିଛି।

ତୀରନ୍ଦାଜି, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବକ୍ସିଂ, ଫୁଟବଲ, ହକି, କବାଡି, ଖୋ-ଖୋ, ଭଲିବଲ୍, ଭାରୋତ୍ତୋଳନ ଓ କୁସ୍ତି ଭଳି ୧୧ଟି ବିଭାଗରେ ଆଶାୟୀ ଖେଳାଳିଙ୍କ ମୂଲ୍ୟାୟନ କରାଯାଇଛି। ଆଥଲେଟିକ୍ସ (୧୩୮୦୪) ଓ ଫୁଟବଲ (୧୩୪୮୩)ରେ ସର୍ବାଧିକ ମୂଲ୍ୟାୟନ ହୋଇଛି।

ବିଜ୍ଞାପିତ ପ୍ରତିଭା ମୂଲ୍ୟାୟନ କେନ୍ଦ୍ର ମାଧ୍ୟମରେ ପ୍ରତିଭା ଚିହ୍ନଟ କରିବା ପାଇଁ ସାରା ଦେଶରେ ବର୍ଷ ସାରା ୨୦ ଲକ୍ଷ ମୂଲ୍ୟାୟନ କରିବାକୁ କିର୍ତ୍ତି ଲକ୍ଷ୍ୟ ରଖିଛି।

ବିଜ୍ଞାପିତ ପ୍ରତିଭା ମୂଲ୍ୟାୟନ କେନ୍ଦ୍ର ମାଧ୍ୟମରେ ପ୍ରତିଭା ଚିହ୍ନଟ କରିବା ପାଇଁ ସାରା ଦେଶରେ ବର୍ଷ ସାରା ୨୦ ଲକ୍ଷ ମୂଲ୍ୟାୟନ କରିବାକୁ କିର୍ତ୍ତି ଲକ୍ଷ୍ୟ ରଖିଛି। ସ୍କାଉଟିଂ ଏବଂ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଭାରତରେ ପ୍ରଥମ ଏବଂ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ ୨୦୩୬ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ୧୦ ଟି କ୍ରୀଡ଼ା ରାଷ୍ଟ୍ର ଏବଂ ୨୦୪୭ ସୁଦ୍ଧା ଶ୍ରେଷ୍ଠ ପାଞ୍ଚଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ପରିଣତ ହେବାକୁ ଚାହୁଁଛି ।

ସୂଚନା ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ଏହାର ସ୍ୱଚ୍ଛ ଚୟନ ପଦ୍ଧତି ଦ୍ୱାରା କିର୍ତ୍ତିର ଆଥଲେଟ୍-କେନ୍ଦ୍ରୀତ କାର୍ଯ୍ୟକ୍ରମ ସ୍ପଷ୍ଟ ଭାବରେ ଦେଖାଯାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ଡାଟା ଆନାଲିଟିକ୍ସକୁ ଜଣେ ଆଶାୟୀ ଆଥଲେଟଙ୍କ କ୍ରୀଡ଼ା ଦକ୍ଷତାର ପୂର୍ବାନୁମାନ କରିବା ପାଇଁ ବ୍ୟବହାର କରାଯାଉଛି ।

କୀର୍ତ୍ତି ପ୍ରୋଗ୍ରାମ ବିଷୟରେ

ଆଧୁନିକ ଆଇସିଟି ଉପକରଣ ଏବଂ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଉପରେ ଆଧାରିତ ଏକ ସମନ୍ୱିତ ପ୍ରତିଭା ପରିଚୟ ଢାଞ୍ଚା ବିକଶିତ କରିବା ପାଇଁ କିର୍ତି (ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ)ର ପରିକଳ୍ପନା କରାଯାଇଛି । ତୃଣମୂଳ ସ୍ତରର ପ୍ରତିଭା ଚିହ୍ନଟ ପ୍ରକ୍ରିୟାକୁ ଗୋଟିଏ ପ୍ଲାଟଫର୍ମରେ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ।

ପ୍ରୋଜେକ୍ଟ କୀର୍ତ୍ତିର ମୂଳ ଏକ ଆଥଲେଟ୍-କେନ୍ଦ୍ରୀତ ଆଭିମୁଖ୍ୟ ଉପରେ ଆଧାରିତ ଯେଉଁଥିରେ ପ୍ରତିଭା ଚିହ୍ନଟ ପ୍ରକ୍ରିୟାକୁ ପ୍ରତ୍ୟେକ ପଦକ୍ଷେପରେ ଅଧିକ ବ୍ୟାପକ ଏବଂ ଉପଲବ୍ଧ କରାଯାଇଛି ।

ପ୍ରୋଜେକ୍ଟ କିର୍ତି ଏହାର ବିକେନ୍ଦ୍ରୀକୃତ ଏବଂ ପକେଟ୍ ଭିତ୍ତିକ ପ୍ରତିଭା ଚିହ୍ନଟ ପଦ୍ଧତି ସହିତ ଖେଲୋ ଇଣ୍ଡିଆ ଯୋଜନାର ଦ୍ବିତୀୟ ଉଦ୍ଦେଶ୍ୟ ଯଥା କ୍ରୀଡ଼ାରେ ଉତ୍କର୍ଷତା ଏବଂ କ୍ରୀଡ଼ାରେ ଜନସାଧାରଣଙ୍କ ଅଂଶଗ୍ରହଣ ହାସଲ କରିବାରେ ସହାୟକ ହେବ। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x