ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଶୁକ୍ରବାର ବୋରିଭାଲିସ୍ଥିତ କୋରା କେନ୍ଦ୍ରରେ ଖଦି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କଲେ

‘ହର ଘର ତିରଙ୍ଗା ଅଭିଯାନ’ ସମୟରେ ଖାଦି ଜାତୀୟ ପତାକା ବିକ୍ରି ୧୧୦୧ ପ୍ରତିଶତ ବୃଦ୍ଧି ପାଇଛି।

ଗତ ତିନି ବର୍ଷ ମଧ୍ୟରେ ତିରଙ୍ଗା ଯାତ୍ରା ଆରମ୍ଭ ହେବା ପରଠାରୁ ଖଦି ଜାତୀୟ ପତାକା ବିକ୍ରି ମୋଟ ୩୩ କୋଟି ଟଙ୍କା ଅତିକ୍ରମ କରିଛି।

୨୦୧୩-୧୪ରେ ଦେଶରେ ଖଦିରେ ନିର୍ମିତ ଜାତୀୟ ପତାକା ବିକ୍ରି ମାତ୍ର ୮୭ ଲକ୍ଷ ଥିବା ବେଳେ ୨୦୨୩-୨୪ରେ ଏହା ୧୦.୪୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

କେଭିଆଇସିଅଧ୍ୟକ୍ଷ ଶ୍ରୀ ମନୋଜ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରାଣ୍ଡ ପାୱାର ସହିତ ଖାଦି ଏକ ବିକଶିତ ଭାରତର ଗ୍ୟାରେଣ୍ଟି ପାଲଟିଛି।

ସମଗ୍ର ଦେଶରେ ଖଦି ଜାତୀୟ ପତାକା ଉତ୍ପାଦନ ଓ ବିକ୍ରୟ ବୃଦ୍ଧି କରିବା ଏବଂ ଦେଶର ସମସ୍ତ ଖାଦି ଅନୁଷ୍ଠାନକୁ ସଶକ୍ତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅଣୁ,

ସମଗ୍ର ଦେଶରେ ଖଦି ଜାତୀୟ ପତାକା ଉତ୍ପାଦନ ଓ ବିକ୍ରୟ ବୃଦ୍ଧି କରିବା ଏବଂ ଦେଶର ସମସ୍ତ ଖାଦି ଅନୁଷ୍ଠାନକୁ ସଶକ୍ତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ ଏସ୍ ଏମ୍ ଇ) ମନ୍ତ୍ରଣାଳୟର ଖାଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ ଶୁକ୍ରବାର ବୋରିଭାଲିସ୍ଥିତ ସିଭି କୋରା ଗ୍ରାମୋଦ୍ୟୋଗ ଅନୁଷ୍ଠାନରେ ଖଦି ଜାତୀୟ ପତାକା ଶ୍ରମିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ଖଦି କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ସଭାପତିତ୍ବ ଭାଷଣରେ ସେ ଦେଶ ନିର୍ମାଣରେ ଖାଦି ଶ୍ରମିକଙ୍କ ଅବଦାନକୁ ପ୍ରଶଂସା କରିବା ସହ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ହର ଘର ତିରଙ୍ଗା’ ଅଭିଯାନ ଖଦି ଜାତୀୟ ପତାକାର ଚାହିଦାକୁ ଯଥେଷ୍ଟ ବୃଦ୍ଧି କରିଛିଏହି ଅବସରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ କହିଛନ୍ତି, ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମସ୍ୱାଧୀନତା ସଂଗ୍ରାମର ପ୍ରତୀକ ଖାଦିକୁ ଅଧିକ ପ୍ରାସଙ୍ଗିକ କରିବା ପାଇଁ ଏହା ଏକ ପ୍ରୟାସ, ଯାହା ଦେଶ ପ୍ରତି ଆମର ଅତୁଟ ଭକ୍ତିକୁ ପ୍ରତିଫଳିତ କରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଦି ହେଉଛି ଆତ୍ମନିର୍ଭର ଭାରତର ଆତ୍ମା। ଏହା ଗ୍ରାମୀଣ ଭାରତର ଅର୍ଥନୀତିର ଆଧାର । ଖଦି ହେଉଛି ବିଶ୍ୱର ଏକମାତ୍ର ବସ୍ତ୍ର ଯାହାର ନିଜର ଗୌରବମୟ ଇତିହାସ ରହିଛି 

ପ୍ରକୃତ ଅର୍ଥରେ ୨୦୧୪ମସିହାରେ ଦେଶରେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ହେବା ପରେ ଖଦିକୁ 'ନୂଆ ଶକ୍ତି' ମିଳିଥିଲା।

ପ୍ରକୃତ ଅର୍ଥରେ ୨୦୧୪ମସିହାରେ ଦେଶରେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ହେବା ପରେ ଖଦିକୁ ‘ନୂଆ ଶକ୍ତି’ ମିଳିଥିଲା। ତଥ୍ୟକୁ ଉଦାହରଣ ଦେଇ ସେ କହିଛନ୍ତି ଯେ ୨୦୧୩-୧୪ ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରି ୩୧୧୫୪.୨୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୫ ଗୁଣ ବୃଦ୍ଧି ପାଇ ୧୫୫୬୭୩.୧୨ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ଏମଏସଏମଇ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଖାଦି ଏବଂ ଗ୍ରାମୋଦ୍ୟୋଗ ବ୍ୟବସାୟ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଅତିକ୍ରମ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଏହି କ୍ଷେତ୍ରରେ ୧୦.୧୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ‘ହର ଘର ତିରଙ୍ଗା ଅଭିଯାନ’ ଖଦି ଜାତୀୟ ପତାକା ବିକ୍ରିରେ ୧୧୦୧.୧୫ ପ୍ରତିଶତ ବୃଦ୍ଧି କରିଛି ବୋଲି ଆୟୋଗଅଧ୍ୟକ୍ଷ ତାଙ୍କ ମତ ବ୍ୟକ୍ତ କରିଛନ୍ତି

୨୦୧୩-୧୪ରେ ଦେଶରେ ଖଦିରେ ନିର୍ମିତ ଜାତୀୟ ପତାକା ବିକ୍ରି ମାତ୍ର ୮୭ ଲକ୍ଷ ଥିବା ବେଳେ ୨୦୨୩-୨୪ରେ ଏହା ୧୦.୪୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

୨୦୧୩-୧୪ରେ ଦେଶରେ ଖଦିରେ ନିର୍ମିତ ଜାତୀୟ ପତାକା ବିକ୍ରି ମାତ୍ର ୮୭ ଲକ୍ଷ ଥିବା ବେଳେ ୨୦୨୩-୨୪ରେ ଏହା ୧୦.୪୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ତିନି ବର୍ଷ ମଧ୍ୟରେ ତିରଙ୍ଗା ଯାତ୍ରା ଆରମ୍ଭ ହେବା ପରଠାରୁ ଖଦି ଜାତୀୟ ପତାକା ବିକ୍ରି ମୋଟ ୩୩ କୋଟି ଟଙ୍କା ଅତିକ୍ରମ କରିଛି। ଏହି ବିକ୍ରିର ସିଧାସଳଖ ଫାଇଦା ଅତିରିକ୍ତ ପାରିଶ୍ରମିକ ଆକାରରେ ଖାଦି କାରିଗରମାନଙ୍କୁ ଯାଉଛି, ଯାହା ପ୍ରମାଣ କରୁଛି ଯେ ତିରଙ୍ଗା ଯାତ୍ରାରୁ ଖାଦି ଜଗତ ସବୁଠାରୁ ଅଧିକ ଉପକୃତ ହୋଇଛି । କେଭିଆଇସିର ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପୂଜ୍ୟ ବାପୁଙ୍କ ଐତିହ୍ୟ ଖଦି ବିକଶିତ ଭାରତର ଗ୍ୟାରେଣ୍ଟି ପାଲଟିଛି

କେଭିଆଇସିଅଧ୍ୟକ୍ଷ ଶ୍ରୀ ମନୋଜ କୁମାର କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖଦି ବିପ୍ଳବ ଭାରତୀୟ ଐତିହ୍ୟ ଖଦିକୁ ବିଶ୍ୱସ୍ତରୀୟ ମାନ୍ୟତା ଦେଇଛି ।

କେଭିଆଇସିଅଧ୍ୟକ୍ଷ ଶ୍ରୀ ମନୋଜ କୁମାର କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖଦି ବିପ୍ଳବ ଭାରତୀୟ ଐତିହ୍ୟ ଖଦିକୁ ବିଶ୍ୱସ୍ତରୀୟ ମାନ୍ୟତା ଦେଇଛି । କିନ୍ତୁ କିଛି ଲୋକ ନିଜ ଦୁର୍ନୀତିଗ୍ରସ୍ତ ଚିନ୍ତାଧାରା ରେ ପୁଜ୍ୟ ବାପୁଙ୍କ ଖଦି ବିରୋଧରେ ବିଭ୍ରାନ୍ତିକର ପ୍ରଚାର କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅସଫଳ ପ୍ରୟାସ କରାଯାଇଛି। କିନ୍ତୁ ପୂଜ୍ୟ ବାପୁଙ୍କ ନେତୃତ୍ୱରେ ଖଦି ସ୍ୱାଧୀନତା ସଂଗ୍ରାମରେ ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲା କି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ‘ବିଭ୍ରାନ୍ତିକର ପ୍ରଚାର’ ପ୍ରସାର କରୁଥିବା ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ୫ ଲକ୍ଷ ଖଦି କାରିଗର, ଯେଉଁଥିରେ ୮୦ ପ୍ରତିଶତ ମହିଳା ଅଛନ୍ତି, ସେମାନେ ନିଜର ଶକ୍ତି ଏବଂ ସାମର୍ଥ୍ୟ ଦ୍ୱାରା ଖଦିକୁ ନୂତନ ଉଚ୍ଚତାକୁ ନେଇଯିବେ । ସାରା ଦେଶରେ ଖାଦି ପ୍ରେମୀମାନେ ନିଜେ ଖାଦି ବିରୋଧରେ ହେଉଥିବା ପ୍ରତ୍ୟେକ ବିଭ୍ରାନ୍ତିକର ପ୍ରଚାରକୁ ପ୍ରତିହତ କରିବେ

ଖାଦି ଜାତୀୟ ପତାକା ଶ୍ରମିକ ଆଲୋଚନା ସମାରୋହରେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ଖଦି ଶିଳ୍ପର ପ୍ରତିନିଧି ଏବଂ ଅଞ୍ଚଳର ନାଗରିକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଖାଦି ଜାତୀୟ ପତାକା ଶ୍ରମିକ ଆଲୋଚନା ସମାରୋହରେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ଖଦି ଶିଳ୍ପର ପ୍ରତିନିଧି ଏବଂ ଅଞ୍ଚଳର ନାଗରିକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ୟୁନିଟ୍ ଜରିଆରେ ଖାଦି ଶିଳ୍ପକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ଏବଂ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରାଯିବ। ଏହି କାର୍ଯ୍ୟକ୍ରମରେ କେଭିଆଇସି ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x