୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସଫଳ କାର୍ଯ୍ୟକାଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଶ୍ରୀ ରାଜନାଥ ସିଂହଙ୍କୁ ରାଷ୍ଟ୍ରପତି କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭାଗ ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌର ସାଂସଦ ଶ୍ରୀ ରାଜନାଥ ସିଂହ ୨୦୧୯ ଜୁନ୍ ୧ ତାରିଖରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ରାଜନାଥ ସିଂହ ୧୯୫୧ ମସିହା ଜୁଲାଇ ୧୦ ତାରିଖରେ ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ। ସେ ୧୯୭୭ – ୧୯୮୦ ଏବଂ ୨୦୦୧ – ୨୦୦୩ ରେ ଉତ୍ତର ପ୍ରଦେଶ ବିଧାନ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୯୧-୧୯୯୨ ମସିହାରେ ସେ ଉତ୍ତରପ୍ରଦେଶ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ । ସେ ୧୯ରୁ ୨୦ ପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ପରେ ସେ ୨୦-୨୦୦୨ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୩ ରେ ସେ କେନ୍ଦ୍ର କ୍ୟାବିନେଟରେ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୪- ୧୯୯୯ ଓ ୨ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅଧିକ ପଢନ୍ତୁ