କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଜୁଲାଇ ୮ ଓ ୯ ତାରିଖରେ ଉତ୍ତର-ପୂର୍ବIଞ୍ଚଳ ରାଜ୍ୟଗୁଡ଼ିକରେ ସହରାଞ୍ଚଳ ମିଶନର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି

ପିଏମସ୍ୱନିଧି ଅଧୀନରେ ଆସାମ ଏହି ଅଞ୍ଚଳର ସର୍ବୋତ୍ତମ ପ୍ରଦର୍ଶନ କାରୀ ରାଜ୍ୟ ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ଏହି ଅଞ୍ଚଳର ଅନନ୍ୟ ଜଳବାୟୁ ପରିସ୍ଥିତି ଏବଂ ପାହାଡ଼ିଆ ଅଞ୍ଚଳକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସଙ୍ଗକୁ ସହାନୁଭୂତିର ସହ ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀ ମନୋହର ଲାଲ ଜୁଲାଇ ୮ ତାରିଖରେ ଅରୁଣାଚଳ ପ୍ରଦେଶର ଡନ୍ ଲାଇଟ୍ ପର୍ବତ ରାଜ୍ୟକୁ ତାଙ୍କର ପ୍ରଥମ ଗସ୍ତ କରିଥିଲେ।

କେନ୍ଦ୍ର ଶକ୍ତି ମନ୍ତ୍ରୀ ତଥା ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଜୁଲାଇ ୮ ତାରିଖରେ ଅରୁଣାଚଳ ପ୍ରଦେଶର ଡନ୍ ଲାଇଟ୍ ପର୍ବତ ରାଜ୍ୟକୁ ତାଙ୍କର ପ୍ରଥମ ଗସ୍ତ କରିଥିଲେ। ଜୁଲାଇ ୮ ତାରିଖରେ ଅରୁଣାଚଳ ପ୍ରଦେଶ ଏବଂ ଜୁଲାଇ ୯ ତାରିଖରେ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଭାରତ ସରକାରଙ୍କ ସହ ଶକ୍ତି ଏବଂ ନଗର ଉନ୍ନୟନ କ୍ଷେତ୍ରରେ ଚାଲିଥିବା ଯୋଜନା ଏବଂ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଥିଲେ

ଜୁଲାଇ ୮ ରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ ବିଭାଗ ଏହାର ସଫଳତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ସମେତ ପ୍ରମୁଖ ଯୋଜନାର ସ୍ଥିତି ପ୍ରଦର୍ଶନ କରିଥିଲା ।

 ଜୁଲାଇ ୮ ରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ ବିଭାଗ ଏହାର ସଫଳତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ସମେତ ପ୍ରମୁଖ ଯୋଜନାର ସ୍ଥିତି ପ୍ରଦର୍ଶନ କରିଥିଲା । ପିଏମଏୱାଇ ଘରପାଇଁ କାର୍ପେଟ ଏରିଆ କୁ ୩୦ରୁ ୫୦ ବର୍ଗ ମିଟରକୁ ବୃଦ୍ଧି କରିବା ଏବଂ ଏହାର ନିର୍ମାଣ ରେ ଭାରତ ସରକାରଙ୍କ ଅବଦାନ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ ।

ଏହାବ୍ୟତୀତ ଇଟାନଗର ମହାନଗର ନିଗମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏଚ୍ୟୁଏ) ଠାରୁ ପାଣ୍ଠି ଦାବି କରିବା ସହ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଏକକାଳୀନ ପାଣ୍ଠି ପୁନଃ ଆରମ୍ଭ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି।
 ଜୁଲାଇ ୯ ତାରିଖରେ ମାନ୍ୟବର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀ ମନୋହର ଲାଲ ଗୁଆହାଟୀରେ ଅନୁଷ୍ଠିତ ଏକ ବୈଠକରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ସହରାଞ୍ଚଳ ମିଶନର କାର୍ଯ୍ୟକାରିତା ସ୍ଥିତିର ସମୀକ୍ଷା କରିଥିଲେ । ଏହି ଅବସରରେ ମନ୍ତ୍ରୀ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ଅଭିବୃଦ୍ଧି ଓ ବିକାଶ ଦିଗରେ ସରକାର ସର୍ବାଧିକ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା ପାଇଁ ଭାରତର ସଂକଳ୍ପ ଏବଂ ୨୦୪୭ ସୁଦ୍ଧା ‘ବିକ୍ସିତ୍ ଭାରତ’ର ପରିକଳ୍ପନା ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଅନୁସରଣ କରିବା ପରିପ୍ରେକ୍ଷୀରେ ସେ ଏହି ଅଞ୍ଚଳରେ ସ୍ଥାୟୀ ବାସସ୍ଥାନ ବିକାଶର ଜରୁରୀ ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଗୃହ ନିର୍ମାଣ ଓ ମୌଳିକ ସେବା ଏବଂ ଭିତ୍ତିଭୂମି ସୁବିଧା ର ଚାହିଦା ବୃଦ୍ଧି ପାଉଥିବା ଆଶଙ୍କାକୁ ସେ ସ୍ୱୀକାର କରିଥିଲେ ।

ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରାର ନଗର ଉନ୍ନୟନ ମନ୍ତ୍ରୀ ଏବଂ ସଚିବ/ କମିଶନର କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଆହ୍ୱାନ ଏବଂ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ଏହି ଅଞ୍ଚଳର ସମସ୍ତ ରାଜ୍ୟ ସମ୍ମୁଖୀନ ହେଉଥିବା ଅନନ୍ୟ ଭୌଗୋଳିକ ଏବଂ ପରିବେଶଗତ ସମସ୍ୟା କାରଣରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଚାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ।

ମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭୂ-ରଣନୀତିକ ଗୁରୁତ୍ୱ ସହିତ ପର୍ଯ୍ୟଟନର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏହାବ୍ୟତୀତ ଏହି ଅଞ୍ଚଳରେ ବଢୁଥିବା ସହରୀକରଣ ଯୋଗୁଁ ଉପଯୁକ୍ତ ସ୍ଥାନରେ ପର୍ଯ୍ୟାପ୍ତ ଜମି ଯୋଗାଣ, ଗୃହ ନିର୍ମାଣ ଓ ମୌଳିକ ସେବା ଏବଂ ଭିତ୍ତିଭୂମି ସୁବିଧା ର ଚାହିଦା ବୃଦ୍ଧି ପାଉଥିବା ଆଶଙ୍କାକୁ ସେ ସ୍ୱୀକାର କରିଥିଲେ । ଏହି ଅଞ୍ଚଳରେ ମନ୍ତ୍ରଣାଳୟର ବିଭିନ୍ନ ମିଶନର କାର୍ଯ୍ୟକାରିତା ବିଷୟରେ ସେ ଆସାମ ରାଜ୍ୟକୁ ପିଏମସ୍ୱନିଧି ଯୋଜନା ଅଧୀନରେ ଏହି ଅଞ୍ଚଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ ମଡେଲ ଟେନନ୍ସି ଆକ୍ଟ ଗ୍ରହଣ କରିଥିବା ପ୍ରଥମ ରାଜ୍ୟ ଭାବରେ ଅଭିନନ୍ଦନ ଜଣାଇଥିଲେ ଏବଂ ଅନୁରୋଧ କରିଥିଲେ ।

ଶ୍ରୀ ମନୋହର ଲାଲ ସ୍ଥାୟୀ ସହରୀ ବିକାଶ ପାଇଁ ରଣନୀତିକ ଏବଂ ବ୍ୟାପକ ରୋଡମ୍ୟାପ୍ ବିଷୟରେ ଆଶାବାଦୀ ଥିଲେ ।

ଏହି ବୈଠକରେ ହୁଡକୋର ସିଏମଡି ଶ୍ରୀ ସଞ୍ଜୟ କୁଳଶ୍ରେଷ୍ଠ ଏବଂ ଏନବିସିସିର ସିଏମଡି ଶ୍ରୀ କେପି ମହାଦେବସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ, ଯେଉଁମାନେ ଏହି ଅଞ୍ଚଳରେ ସହରାଞ୍ଚଳ ଏବଂ ଭିତ୍ତିଭୂମି ବିକାଶରେ ସହଯୋଗ କରିବା ପାଇଁ ସେମାନଙ୍କ କମ୍ପାନୀଗୁଡିକର ନିରନ୍ତର ପ୍ରତିବଦ୍ଧତା ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ମନୋହର ଲାଲ ସ୍ଥାୟୀ ସହରୀ ବିକାଶ ପାଇଁ ରଣନୀତିକ ଏବଂ ବ୍ୟାପକ ରୋଡମ୍ୟାପ୍ ବିଷୟରେ ଆଶାବାଦୀ ଥିଲେ । ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x