ଓଡ଼ିଶା ଡାକ ସେବକ ନିଯୁକ୍ତିରେ ସାର୍ଟିଫିକେଟ୍ ଜାଲିଆତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬୭ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି।
ଓଡ଼ିଶା ସର୍କଲରେ ଗ୍ରାମୀଣ ଡାକ ସେବକ ପରୀକ୍ଷା, ୨୦୨୩ର ୬୩ ଜଣ ପରୀକ୍ଷାର୍ଥୀ ଓ ଅନ୍ୟମାନଙ୍କ ବିରୋଧରେ ଡାକ ବିଭାଗର ଅଭିଯୋଗ କ୍ରମେ ଗତ ମାସରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା।
କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଚଢ଼ଉ କରାଯାଇଛି।
କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଚଢ଼ଉ କରାଯାଇଛି। ଡାକ ସେବକ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିଲା ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ସାର୍ଟିଫିକେଟ୍ । ଯାଞ୍ଚ ପ୍ରକ୍ରିୟା ସମୟରେ ଓଡ଼ିଶା ଡାକ ସର୍କଲ ଜାଣିବାକୁ ପାଇଥିଲା ଯେ ବିଭିନ୍ନ ଡାକ ବିଭାଗର ୬୩ ଜଣ ପରୀକ୍ଷାର୍ଥୀ ନକଲି ଦଶମ ପାସ୍ ସାର୍ଟିଫିକେଟ୍ ଦାଖଲ କରିଛନ୍ତି।
ଆହ୍ଲାବାଦ, ପଶ୍ଚିମବଙ୍ଗ ବୋର୍ଡ, କୋଲକାତା, ଝାଡ଼ଖଣ୍ଡ ଏକାଡେମିକ କାଉନସିଲ, ରାଞ୍ଚି ଆଦି ବୋର୍ଡ ଅଫ୍ ହାଇସ୍କୁଲ ଆଣ୍ଡ ଇଣ୍ଟରମିଡିଏଟ୍ ଏଜୁକେସନରୁ ନକଲି କାଗଜପତ୍ର ଜାରି କରାଯାଇଛି।
ଗ୍ରାମୀଣ ଡାକ ସେବକଙ୍କ ୧,୩୮୨ ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ସହିତ ଜଡିତ ଏହି ଅଭିଯୋଗ ଗତ ବର୍ଷ ଜାନୁଆରୀରେ ଅନଲାଇନ ଆବେଦନ ଆହ୍ୱାନ କରାଯାଇଥିଲା ।ଆହ୍ଲାବାଦ, ପଶ୍ଚିମବଙ୍ଗ ବୋର୍ଡ, କୋଲକାତା, ଝାଡ଼ଖଣ୍ଡ ଏକାଡେମିକ କାଉନସିଲ, ରାଞ୍ଚି ଆଦି ବୋର୍ଡ ଅଫ୍ ହାଇସ୍କୁଲ ଆଣ୍ଡ ଇଣ୍ଟରମିଡିଏଟ୍ ଏଜୁକେସନରୁ ନକଲି କାଗଜପତ୍ର ଜାରି କରାଯାଇଛି। ଅଭିଯୋଗରେ କୁହାଯାଇଛି ଯେ ଏହି ମାମଲାରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ମଧ୍ୟ ସାମିଲ ହୋଇପାରେ, ଯେଉଁମାନେ ପ୍ରାର୍ଥୀମାନଙ୍କୁ ନକଲି କାଗଜପତ୍ର ପ୍ରଦାନ କରିଛନ୍ତି ତାହା ମଧ୍ୟ ଅନୁସନ୍ଧାନ ସିବିଆଇ ପକ୍ଷରୁ କରାଯାଉଛି | ଅଧିକ ପଢନ୍ତୁ