ଜାତୀୟ ସଂଖ୍ୟାଲଘୁ ଉନ୍ନୟନ ଓ ଅର୍ଥ ନିଗମ (ଏନଏମଡିଏଫସି) ଏବଂ ଦଳିତ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଡିଆଇସିସିଆଇ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁଙ୍କ ସମ୍ମାନଜନକ ଉପସ୍ଥିତିରେ ନୂଆଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରର ନାଳନ୍ଦା ହଲରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସଚିବ ଡ. ଚନ୍ଦ୍ରଶେଖର କୁମାର, ଡିଆଇସିସିଆଇର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ମିଲିନ୍ଦ କାମ୍ବଲେ, ଏନଏମଡିସିର ସିଏମ୍ଡି ଡ. ଆଭା ରାଣୀ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଭାଗିଦାରୀ ଏନ୍ଏମ୍ଡିଏଫ୍ସି ଏବଂ ଡିଆଇସିସିଆଇର ଦକ୍ଷତା ଏବଂ ସମ୍ବଳକୁ ମିଶାଇ ସଂଖ୍ୟାଲଘୁ ଏବଂ ଅବହେଳିତ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସଶକ୍ତୀକରଣରେ ଏକ ନୂତନ ଦିଗ ଯୋଡ଼ିବ ବୋଲି ଆଶା କରାଯାଉଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ କହିଥିଲେ, ଏନଏମଡିଏଫସି ଏବଂ ଡିଆଇସିସିଆଇ ମଧ୍ୟରେ ଏହି ସହଯୋଗ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଆମେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ସୃଷ୍ଟିକାରୀ ଏବଂ ରୋଲ୍ ମଡେଲ ହେବା ପାଇଁ ସଶକ୍ତ କରୁଛୁ, ସାରା ଦେଶରେ ଜୀବନ ଏବଂ ସମ୍ପ୍ରଦାୟକୁ ପରିବର୍ତ୍ତନ କରୁଛୁ।
ଏନଏମଡିଏଫ୍ସି, ସ୍ୱରୋଜଗାର ଏବଂ ଆୟ-ଉତ୍ପାଦନ କାର୍ଯ୍ୟକଳାପ ପାଇଁ ରିହାତି ଅର୍ଥ ପ୍ରଦାନ କରିବାର ଦାୟିତ୍ୱ ସହିତ, ସଂଖ୍ୟାଲଘୁ ସମ୍ପ୍ରଦାୟର ୨୪ ଲକ୍ଷରୁ ଅଧିକ ପରିବାରର ଜୀବନରେ ପରିବର୍ତ୍ତନ ଆଣିଛି, ୧୯୯୪ ମସିହାରେ ଆରମ୍ଭରୁ ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ସହାୟତା ସହିତ। ଅବହେଳିତ ଗୋଷ୍ଠୀମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ଏହାର ପ୍ରୟାସ ପାଇଁ ପ୍ରସିଦ୍ଧ ଡିଆଇସିସିଆଇ ବ୍ୟବସାୟିକ ନେତୃତ୍ୱ ବିକାଶ ଏବଂ ସୁଯୋଗ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସଚିବ ଡ. ଚନ୍ଦ୍ରଶେଖର କୁମାର ଏହି ପଦକ୍ଷେପକୁ ପ୍ରଶଂସା କରି କହିଲେ, ଏହି ଭାଗିଦାରୀ ସମାଜର ଉନ୍ନତି ପାଇଁ ସମ୍ବଳ ଏବଂ ଦୃଷ୍ଟିକୋଣର ସମନ୍ୱୟର ପ୍ରତୀକ। ଏହା କେବଳ ବ୍ୟକ୍ତିବିଶେଷଙ୍କୁ ସମର୍ଥନ କରିବା ପାଇଁ ନୁହେଁ ବରଂ ଏକ ଇକୋସିଷ୍ଟମ ସୃଷ୍ଟି କରିବା ଯାହା ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରେ।
ଏହି ବୁଝାମଣାପତ୍ର ଅନୁଯାୟୀ, ଏନ୍ଏମ୍ଡିଏଫ୍ସି ଡିଆଇସିସିଆଇ ଦ୍ୱାରା ଚିହ୍ନଟ ହୋଇଥିବା ଉଦ୍ୟୋଗୀମାନଙ୍କୁ ରିହାତି ଋଣ ପ୍ରଦାନ କରିବ, ଯାହା ଦ୍ୱାରା ସେମାନେ ବ୍ୟବସାୟ ପ୍ରତିଷ୍ଠା କରିପାରିବେ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ କରିପାରିବେ। ନିରନ୍ତର ବିକାଶ ସୁନିଶ୍ଚିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ନୀତି ସଂସ୍କାର ପାଇଁ ପରାମର୍ଶ ଦେବାକୁ ମଧ୍ୟ ଏହି ସହଯୋଗ ଲକ୍ଷ୍ୟ ରଖିଛି।
ଏନଏମଡିଏଫସିର ସିଏମଡି ଡକ୍ଟର ଆଭା ରାଣୀ ସିଂ କହିଛନ୍ତି ଯେ ଏହି ବୁଝାମଣାପତ୍ର ଅବହେଳିତ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଆମ ର ମିଶନରେ ଏକ ପଦକ୍ଷେପ । “ଡିଆଇସିସିଆଇ ସହିତ ମିଶି ଆମେ ଉଦ୍ୟୋଗୀ ପ୍ରତିଭାକୁ ପ୍ରୋତ୍ସାହିତ କରିବା, ଆବଶ୍ୟକ ସହାୟତା ପ୍ରଦାନ କରିବା ଏବଂ ଆହୁରି ଅନେକଙ୍କୁ ଏହି ମାର୍ଗଅନୁସରଣ କରିବାକୁ ପ୍ରେରିତ କରିବାକୁ ଲକ୍ଷ୍ୟ ରଖିଛୁ”, ସେ କହିଛନ୍ତି।
ଏନଏମଡିଏଫସି ଏବଂ ଡିଆଇସିସିଆଇ ମଧ୍ୟରେ ଭାଗିଦାରୀ ସଶକ୍ତୀକରଣ ରେ ସହଯୋଗୀ ପ୍ରୟାସ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଅଧିକ ପଢନ୍ତୁ