ଏଆଇଏମର ଛାତ୍ର ଉଦ୍ୟୋଗ କାର୍ଯ୍ୟକ୍ରମ (ଏସଇପି)

୨୦୨୩-୨୪ ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ମେଡ୍ ଇନ୍ ଥ୍ରିଡି – ସିଡ୍ ଦ ଫ୍ୟୁଚର ଏଣ୍ଟରପ୍ରେନର୍ସ’ ର ସମାପନ ପୁଣେଠାରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେ ଅବସରରେ ଅଟଳ ଇନୋଭେସନ ମିଶନ (ଏଆଇଏମ୍) ପକ୍ଷରୁ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୁବକମାନଙ୍କ ମଧ୍ୟରେ ଉଦ୍ଭାବନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଆଠ ମାସର ଯାତ୍ରାର ସମାପ୍ତି ହୋଇଥିଲା ।

ଏହି କାର୍ଯ୍ୟକ୍ରମର ୨୦୨୩-୨୪ ଋତୁରେ ଛାତ୍ରଛାତ୍ରୀମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଡ଼ିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା, ଯାହାଫଳରେ ଗ୍ରାମୀଣ ଇକୋସିଷ୍ଟମ ଥିମ୍ କୁ କେନ୍ଦ୍ର କରି ବହୁ ସଂଖ୍ୟକ ପ୍ରକଳ୍ପ କରାଯାଇଥିଲା । ଭାରତର ୧୪୦ଟି ବିଦ୍ୟାଳୟରୁ ଶ୍ରେଷ୍ଠ ୧୨ଟି ଦଳ ଉତ୍ପାଦ ଡିଜାଇନରେ ଉଲ୍ଲେଖନୀୟ ଅଭିନବତା ପ୍ରଦର୍ଶନ କରିବା ସହ ସେମାନଙ୍କ ଷ୍ଟାର୍ଟଅପ୍ ପିଚ୍ ରେ ଫାଇନାନ୍ସ, ବିଜନେସ୍ ଏବଂ ମାର୍କେଟିଂ ଷ୍ଟ୍ରାଟେଜି ବିଷୟରେ ଗଭୀର ବୁଝାମଣା ପ୍ରଦର୍ଶନ କରିଥିଲେ।

ଅଟଳ ଇନୋଭେସନ ମିଶନର ମିଶନ ନିର୍ଦ୍ଦେଶକ, ନୀତି ଆୟୋଗର ମିଶନ ନିର୍ଦ୍ଦେଶକ ଡ. ଚିନ୍ତନ ବୈଷ୍ଣବ, ଦାସୌଲର ପରିଚାଳନା ନିର୍ଦ୍ଦେଶକ ଙ୍କ ସମେତ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ

ପ୍ରଥମ ସ୍ଥାନ ଅଧିକାର କରିଥିବା ମହାରାଷ୍ଟ୍ରର ଚିଖଲିସ୍ଥିତ ଶ୍ରୀ ଦାଦା ମହାରାଜ ନଟେକର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପୁଣେର ଅର୍କିଡ୍ ସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦିଲ୍ଲୀର ଧଉଲା କୁଆଁସ୍ଥିତ ସ୍ପ୍ରିଙ୍ଗଡେଲ୍ସ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା ଗୁଡ଼ିକ ଭାରତର ପରବର୍ତ୍ତୀ ପିଢ଼ିର ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ପୋଷଣ କରିବାରେ କାର୍ଯ୍ୟକ୍ରମର ପରିବର୍ତ୍ତନଶୀଳ ପ୍ରଭାବକୁ ସୂଚାଇଥାଏ ।

ସମଗ୍ର ଭାରତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉଦ୍ଭାବନ ଏବଂ ଉଦ୍ୟୋଗୀ ମାନସିକତା ସୃଷ୍ଟି କରିବା ପାଇଁ ଏଆଇଏମ୍, ନୀତି ଆୟୋଗ ଏବଂ ଲା ଫୋଣ୍ଡେସନ୍ ଡାସଲ୍ଟ ସିଷ୍ଟମ୍ସ ମିଳିତ ଭାବେ ଏହି କାର୍ଯ୍ୟକ୍ରମଆୟୋଜନ କରିଛନ୍ତି। ଏଆଇଏମ ଦ୍ୱାରା ପରିଚାଳିତ ଏଟିଏଲ ମାରାଥନରୁ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଦଳଗୁଡିକ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନୋନୀତ ବିଦ୍ୟାଳୟଗୁଡ଼ିକ ଏକ ଛଦ୍ମ ଷ୍ଟାର୍ଟଅପ୍ ଗଠନ କରିବା ପାଇଁ ଛଅ ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କୁ ନେଇ ଏକ ଦଳ ଗଠନ କରନ୍ତି । ଏକ ଷ୍ଟାର୍ଟଅପ୍ ଭାବରେ, ଛାତ୍ରମାନଙ୍କୁ ସେମାନଙ୍କ ଆଖପାଖରେ ଦେଖାଯାଉଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଏକ ସ୍ୱପ୍ନ ଉତ୍ପାଦ ଚିହ୍ନଟ କରିବାକୁ ପଡିବ, ଏହାକୁ 3D ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରି ଡିଜ। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x