ଆଇସି ଚିପ୍ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଚ୍ କ୍ୟୁଆଇଡିଏସ୍ ପକ୍ଷରୁ କର୍ମଶାଳା ଆୟୋଜନ

ଆଇସି ଉତ୍ପାଦନ ପ୍ରଯୁକ୍ତିର ଅତ୍ୟନ୍ତ ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟାଳୟ ସମନ୍ୱିତ ପ୍ରତିରକ୍ଷା କର୍ମଚାରୀ (ଆଇଡିଏସ) ପକ୍ଷରୁ ଡିସେମ୍ବର ୧୩, ୨୦୨୪ରେ ଦିଲ୍ଲୀର ମାନେକଶା ସେଣ୍ଟରରେ “ଆଇସି ଚିପ୍ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଶକ୍ତିଶାଳୀ କରିବା” ଶୀର୍ଷକ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଡିଏସ୍ (ପରସ୍ପେକ୍ଟିଭ୍ ପ୍ଲାନିଂ ଆଣ୍ଡ ଫୋର୍ସ ଡେଭଲପମେଣ୍ଟ)ର ଉପମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ବାତ୍ସୟାନ ଅଧ୍ୟକ୍ଷତା କରିଥିଲେ। ‘ଭାରତୀୟ ପ୍ରତିରକ୍ଷା ସେମିକଣ୍ଡକ୍ଟର ପଲିସି’ ବିକଶିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ‘ଚାହିଦା ଏବଂ ସରକାରଙ୍କ ନୀତି ଦ୍ୱାରା ପରିଚାଳିତ ଏକ ଟ୍ରାନ୍ସ-ଫର୍ମେଟିଭ୍ ପରିବର୍ତ୍ତନର ଦ୍ୱାରରେ ଭାରତ ରହିଛି’।

ଏହି କର୍ମଶାଳା ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କୁ ଏକାଠି କରି ଏଚକ୍ୟୁ ଆଇଡିଏସ, ସେବା ମୁଖ୍ୟାଳୟ, ଡିଆରଡିଓ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିଆଇ) ସମେତ ବିଷୟବସ୍ତୁ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଉପରେ ବିଚାର ବିମର୍ଶ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x