ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

ଅଗଷ୍ଟ ୧୪, ୨୦୨୪ରେ ଅମୃତ ଉଦ୍ୟାନ ଗ୍ରୀଷ୍ମବାର୍ଷିକ ସଂସ୍କରଣ, ୨୦୨୪ର ଉଦ୍ ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଅମୃତ ଉଦ୍ୟାନ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫, ୨୦୨୪ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ (ଶେଷ ପ୍ରବେଶ ଅପରାହ୍ନ ୦୫ଟା ୧୫ରେ ହେବ)।

ପ୍ରଥମ ଥର ପାଇଁ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି ଗତବର୍ଷ ଭଳି ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସରେ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ରହିବ।

ରକ୍ଷଣାବେକ୍ଷଣ ପାଇଁ ଅମୃତ ଉଦ୍ୟାନ ସବୁ ସୋମବାର ବନ୍ଦ ରହିବ।

ନର୍ଥ ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟ୍ରୁ ସର୍ବସାଧାରଣଙ୍କ ପାଇଁ ପ୍ରବେଶ କରାଯିବ।

ସ୍ଲଟ୍ ବୁକିଂ ଏବଂ ଉଦ୍ୟାନରେ ପ୍ରବେଶ ମାଗଣା । ରାଷ୍ଟ୍ରପତି ଭବନରେ ଅନଲାଇନରେ ବୁକିଂ କରାଯାଇପାରିବ

ଏଥିସହିତ ୩୫ ନମ୍ବର ଗେଟ୍ ବାହାରେ 'ୱାକ୍-ଇନ୍ ଭିଜିଟର୍ସ'ଙ୍କ ପାଇଁ ସେଲ୍ଫ ସର୍ଭିସ୍ କିଓସ୍କ ମାଧ୍ୟମରେ ରଖାଯାଇଛି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନଂ-୩୫ (ଉଦ୍ୟାନ ପାଇଁ ପ୍ରବେଶ ଦ୍ୱାର) ପର୍ଯ୍ୟନ୍ତ ମାଗଣା ଶଟଲ ବସ୍ ସେବା ମଧ୍ୟ ଉପଲବ୍ଧ ହେବ।

ପର୍ଯ୍ୟଟକମାନେ ରାଷ୍ଟ୍ରପତି ଭବନ ଏବଂ ରାଷ୍ଟ୍ରପତି ଭବନ ମ୍ୟୁଜିୟମ ପରିଦର୍ଶନ କରିବା ସହିତ ନୂଆଦିଲ୍ଲୀରେ ସୁରକ୍ଷା ପରିବର୍ତ୍ତନ ଦେଖିପାରିବେ, ସିମଲାର ରାଷ୍ଟ୍ରପତି ନିବାସ ମାଶୋବ୍ରା ଏବଂ ହାଇଦ୍ରାବାଦର ରାଷ୍ଟ୍ରପତି ନିଲାୟମ ପରିଦର୍ଶନ କରିପାରିବେ (https://visit.rashtrapatibhavan.gov.in/) ଅନଲାଇନରେ ନିଜର ସ୍ଲଟ୍ ବୁକିଂ କରିପାରିବେ ।

ଅମୃତ ଉଦ୍ୟାନ ଗ୍ରୀଷ୍ମବାର୍ଷିକ ସଂସ୍କରଣ, ୨୦୨୪ ଉଦ୍ ଘାଟନ ଅବସରରେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ପ୍ରବେଶ ମାଗଣାରେ ହେବ। କ୍ରୀଡ଼ାବିତ୍ ଓ ଶିକ୍ଷକମାନେ ମଧ୍ୟ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୫, ୨୦୨୪ରେ ବିନା କୌଣସି ଦେୟରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ।

ଏଥିସହିତ ୩୫ ନମ୍ବର ଗେଟ୍ ବାହାରେ 'ୱାକ୍-ଇନ୍ ଭିଜିଟର୍ସ'ଙ୍କ ପାଇଁ ସେଲ୍ଫ ସର୍ଭିସ୍ କିଓସ୍କ ମାଧ୍ୟମରେ ରଖାଯାଇଛି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନଂ-୩୫ (ଉଦ୍ୟାନ ପାଇଁ ପ୍ରବେଶ ଦ୍ୱାର) ପର୍ଯ୍ୟନ୍ତ ମାଗଣା ଶଟଲ ବସ୍ ସେବା ମଧ୍ୟ ଉପଲବ୍ଧ ହେବ।

ପର୍ଯ୍ୟଟକମାନେ ରାଷ୍ଟ୍ରପତି ଭବନ ଏବଂ ରାଷ୍ଟ୍ରପତି ଭବନ ମ୍ୟୁଜିୟମ ପରିଦର୍ଶନ କରିବା ସହିତ ନୂଆଦିଲ୍ଲୀରେ ସୁରକ୍ଷା ପରିବର୍ତ୍ତନ ଦେଖିପାରିବେ, ସିମଲାର ରାଷ୍ଟ୍ରପତି ନିବାସ ମାଶୋବ୍ରା ଏବଂ ହାଇଦ୍ରାବାଦର ରାଷ୍ଟ୍ରପତି ନିଲାୟମ ପରିଦର୍ଶନ କରିପାରିବେ (https://visit.rashtrapatibhavan.gov.in/) ଅନଲାଇନରେ ନିଜର ସ୍ଲଟ୍ ବୁକିଂ କରିପାରିବେ ।

ଅମୃତ ଉଦ୍ୟାନ ଗ୍ରୀଷ୍ମବାର୍ଷିକ ସଂସ୍କରଣ, ୨୦୨୪ ଉଦ୍ ଘାଟନ ଅବସରରେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ପ୍ରବେଶ ମାଗଣାରେ ହେବ। କ୍ରୀଡ଼ାବିତ୍ ଓ ଶିକ୍ଷକମାନେ ମଧ୍ୟ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୫, ୨୦୨୪ରେ ବିନା କୌଣସି ଦେୟରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x